jayashree

ଚଳିତ ବର୍ଷ ଅକ୍ଷିତ ଅନୁପମଙ୍କୁ ପ୍ରଫେସର ଡ. ରମେଶ ଚନ୍ଦ୍ର ବେହେରା ସ୍ମୃତି ସମ୍ମାନ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଫେସର ଡ଼. ରମେଶ ଚନ୍ଦ୍ର ବେହେରା ଏନ୍‌ଆଇଟି ରାଉରକେଲାରେ ମେଟାଲର୍ଜି ବିଭାଗରେ ବିଭାଗୀୟ ମୁଖ୍ୟ ଓ ଏନ୍ଆଇଟିର ଡିନ୍‌ ଏକାଡେମୀ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ତାଙ୍କର ମୃତ୍ୟୁ ପରେ ଆଜକୁ ୮ ବର୍ଷ ହେଲା ତାଙ୍କ ସ୍ମୃତିରେ ଏନ୍ଆଇଟିର ଏମଟେକ ଟପ୍ପରକୁ ପ୍ରଫେସର ଡ଼. ରମେଶ ଚନ୍ଦ୍ର ବେହେରା ମେମୋରିଆଲ ଗୋଲଡ଼ ମେଡାଲ ପ୍ରତିବର୍ଷ ତାଙ୍କ ସ୍ତ୍ରୀ ସବିତାରାଣୀ ବେହେରାଙ୍କ ତରଫରୁ ଏନ୍ଆଇଟିର ସମାବର୍ତ୍ତନ ଉତ୍ସବରେ ପ୍ରଦାନ କରାଯାଇଆସୁଛି । ଚଳିତ ବର୍ଷର ୨୪ ତମ ସମାବର୍ତ୍ତନ ଉତ୍ସବରେ ଏନ୍‌ଆଇଟିର ଅକ୍ଷିତ ଅନୁପମ ଏକ୍କା ଟପ୍ପର ହୋଇଥିବାରୁ ତାଙ୍କୁ ପ୍ରଫେସର ଡ଼. ରମେଶ ଚନ୍ଦ୍ର ବେହେରା ମେମୋରିଆଲ ଗୋଲଡ଼ ମେଡାଲ ପ୍ରଦାନ କରାଯାଇଛି । ଏହା ସହିତ ସବିତାରାଣୀ ଓ ସହପାଠୀଙ୍କ ତରଫରୁ ଶ୍ରୀ ଏକ୍କାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.