
ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲା ମୋରଡା ଅବକାରୀ ବିଭାଗ ଆଜି ବେଆଇନ ଦେଶୀ ମଦ ଭାଟି ଉପରେ ଚଢ଼ାଉ କରି ବିପୁଳ ପରିମାଣରେ ମହୁଲ ପୋଚ ନଷ୍ଟ କରିବା ସହିତ ଦେଶୀ ମଦ ଓ ମଦ ତିଆରି ପାଇଁ ବ୍ୟବହୃତ ସରଞ୍ଜାମ ମଧ୍ୟ ଜବତ କରିଛି । ମୋରଡ଼ା ଅବକାରୀ ଅଧିକାରୀ ଦୀପକ କୁମାର ରାଉତଙ୍କ ସୂଚନା ଅନୁଯାୟୀ, ମୋରଡା ଅବକାରୀ ବିଭାଗ, ଏପିଆର୍ ଫୋର୍ସ, ସଦର, ମୋବାଇଲ ଇନ୍ସପେକ୍ଟର, କୁଳିଅଣା, ଦେଉଳି, ସଦର ଅବକାରୀ ବିଭାଗ ଆଜି ମିଳିତ ଭାବେ ମୋରଡା ବ୍ଲକର ଭାଲୁକଚୁଆ, ହାଣ୍ଡିଭଙ୍ଗାରେ ବେଆଇନ ଭାବେ ଚାଲିଥିବା ଦେଶୀମଦ ଭାଟି ଉପରେ ଚଢ଼ାଉ କରି ୧୩, ୫୦୦ କେଜି ମହୁଲ ନଷ୍ଟ କରିବା ସହିତ ୧୧୫୦ ଲିଟର ମଦ ଜବତ କରିଛି । ତେବେ ଚଢ଼ାଉରେ କାହାକୁ ଗିରଫ କରାଯାଇନାହିଁ । ଅବକାରୀ ବିଭାଗ ଠାରୁ ଚୋରା ବେପାରୀ ଅଧିକ ଚାଲାକ ହୋଇ ଖସି ପଳାଇବାରେ ସମର୍ଥ ହୋଇପାରିଛି । ଉକ୍ତ ଚୋରା ବେପାରୀଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଭାବରେ ଏକ ଅଭିଯାନର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି ।