jayashree

ତେଲ ନଦୀରେ କୁମ୍ଭୀର ଆତଙ୍କ : ଭୟଭୀତ ଗ୍ରାମବାସୀ

ତୁଷୁରା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ତୁର୍ଲା ଗାଁ ନିକଟ ତେଲ ନଦୀରେ କୁମ୍ଭୀର ଦେଖିବାକୁ ମିଳିବା ପରେ ଆତଙ୍କ ଖେଳିଯାଇଛି । ନଦୀକୁ ଗାଧୋଇବାକୁ ଯାଇଥିବା କିଛି ଲୋକ କୁମ୍ଭୀରକୁ ଦେଖିବା ପରେ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସୂଚନା ଅନୁସାରେ, ସାମ୍ପ୍ରତିକ ଅର୍ଣ୍ଣବ ବାତ୍ୟା ପରେ ତେଲ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇଥିଲା । ଏହି ବନ୍ୟାଜଳରେ ଦୁଇଟି କୁମ୍ଭୀର ଭାସି ଆସିଥିବା ଆଶଙ୍କା କରାଯାଉଛି । ତୁର୍ଲା ଗାଁ ନିକଟରେ କୁମ୍ଭୀର ଦେଖାଯିବା ପରେ ସ୍ଥାନୀୟ ଲୋକେ ଦେଓଗାଁ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଦେଓଗାଁ ଫରେଷ୍ଟରଙ୍କ ସହ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରର ଉପସ୍ଥିତି ସ୍ପଷ୍ଟ କରିଛି । ଏଥିସହ ଲୋକଙ୍କୁ ନଦୀ ଭିତରକୁ ନଯିବା ପାଇଁ ସତର୍କ କରାଯାଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଜାଲ ପକାଇ କୁମ୍ଭୀରକୁ ଧରିବା ପାଇଁ ବନ ବିଭାଗ ଉଦ୍ୟମ ଚଳାଇଛି । ତେବେ ନଦୀରେ କୁମ୍ଭୀର ଥିବା ଖବର ପ୍ରଚାର ହେବା ପରେ ତୁର୍ଲା ଓ ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି ।

Leave A Reply

Your email address will not be published.