
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହରର ମହାବୀରପଡା ଠାରେ ମାଆ ଗଜଲକ୍ଷ୍ମୀଙ୍କ ପୂଜନୋତ୍ସବ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ଚଳିତ ବର୍ଷ ପାଇଁ ଗତ ଶନିବାର ଦିନ ପବିତ୍ର ଜଳାଶୟରୁ ପୂଜାର୍ଚ୍ଚନା ପୂର୍ବକ ଏକ ବିଶାଳ କଳସ ଯାତ୍ରାରେ ପବିତ୍ର ଜଳ ଆଣିବା ପରେ ଅଧିବାସ କର୍ମ ଆରମ୍ଭ ହୋଇଥିଲା । ମାଆଙ୍କ ନିୟମିତ ପୂଜାରେ ସାମିଲ ହେବାପାଇଁ ଦୈନିକ ଶହ ଶହ ଶ୍ରଦ୍ଧାଳୁ ଦର୍ଶନ କରିଥିବା ବେଳେ ସନ୍ଧ୍ୟା ଆରତୀରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଅନେକ ବର୍ଷ ଧରି ମାଆଙ୍କ ପୂଜା ସମଗ୍ର ଜୟପାଟଣା ଓ ଆଖପାଖ ପାଇଁ ଶ୍ରଦ୍ଧା ଓ ଭାଇଚାରାର ପ୍ରତୀକ ସାଜିଥିବା ବେଳେ ପ୍ରତ୍ୟହ ସନ୍ଧ୍ୟାରେ ଭଜନ କୀର୍ତ୍ତନ ସହ ଅନ୍ନ ପ୍ରସାଦ ବଣ୍ଟନ କରାଯାଉଥିଲା । ଚଳିତ ବର୍ଷ ସମାଜ ସେବୀ ରାଜେଶ କୁମାର ମିତ୍ତଲ ଓ ସହଧର୍ମିଣୀ ସଞ୍ଜୁ ମିତ୍ତଳ ଯଜମାନ ଭାବରେ ସଂକଳ୍ପ ନେଇଥିଲେ । ଶୁକ୍ରବାର ଏକ ଭବ୍ୟ ପଟୁଆର ସହିତ ମାଆଙ୍କ ବିସର୍ଜନ ବେଲାରେ ଶହ ଶହ ଶ୍ରଦ୍ଧାଳୁ ଭାବ ବିହ୍ୱଳଶହ ମାଆଙ୍କୁ ଅନ୍ତିମ ବିଦାୟ ଦେଉଥିଲେ । ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ ପାଇଁ ସଂଗଠନର ସଭାପତି ଭିକାରୀ ଚରଣ ମିଶ୍ର ଓ ସମ୍ପାଦକ ସୁରଜ ଅଗ୍ରୱାଲ ସଂଗଠନର ସମସ୍ତ ସଦସ୍ୟ ଓ ଜନସାଧାରଣଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି ।