pakka

ସ୍ୱସ୍ତି ସାହିତ୍ୟ ସଂସଦର ନୂତନ କର୍ମକର୍ତ୍ତା ମନୋନୀତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହର ରାଉରକେଲାର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ସ୍ୱସ୍ତି ସାହିତ୍ୟ ସଂସଦର ସ୍ୱତନ୍ତ୍ର କାର୍ୟ୍ୟନିର୍ବାହୀ ବୈଠକ ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ପୈାରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ସଂପାଦକ ରାଜୀବ ପାଣି ସମସ୍ତ ସଦସ୍ୟାଙ୍କୁ ସ୍ୱାଗତ କରିବା ସହିତ ପୂର୍ବ ଦୁଇବର୍ଷରେ ହୋଇଥିବା କାର୍ୟ୍ୟକ୍ରମ ସଂପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ଅନ୍ୟ ସଦସ୍ୟମାନେ ମଧ୍ୟ ଅନୁଷ୍ଠାନର ବିଭିନ୍ନ ଉନ୍ନତିମୂଳକ କାର୍ୟ୍ୟକ୍ରମ ସଂପର୍କରେ ନିଜ ନିଜର ମତ ପ୍ରକାଶ କରିଥିଲେ । ପରବର୍ତ୍ତୀ ପର୍ୟ୍ୟାୟରେ ସର୍ବ ସମ୍ମତିକ୍ରମେ ସାମ୍ବିଧାନିକ ନିୟମାନୁଯାୟୀ ନୂତନ କମିଟି ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଉପଦେଷ୍ଟା ଭାବରେ ଲୋପାମୁଦ୍ରା ମହାନ୍ତି, ବିଷ୍ଣୁପ୍ରିୟା ମହାପାତ୍ର, ଡାକ୍ତର କୃପାସିନ୍ଧୁ ନାୟକ, ପ୍ରଫେସର ପାରେଶ୍ୱର ବିଶ୍ୱାଳ, ଭବେଶ ଚନ୍ଦ୍ର ସାହୁ, ବିଜୟ କୁମାର ପାତ୍ର, ଡଃ.ସୁଧୀର କୁମାର ମିଶ୍ର, ଡଃ.ସୁମନ୍ ଦତ୍ତ ଓ ପ୍ରତାପ କୁମାର ରାୟ ମନୋନୀତ ହୋଇଥିବା ବେଳେ ମହେନ୍ଦ୍ର କୁମାର ପଟ୍ଟନାୟକ ସଭାପତି, ପ୍ରଫେସର ଶଂକର ପ୍ରସାଦ ତ୍ରିପାଠୀ, ଡଃ.ଅଜୟ ମିଶ୍ର ଓ ରାଜକୁମାର ମହାନ୍ତି ଉପସଭାପତି, ରାଜୀବ ପାଣି ସାଧାରଣ ସଂପାଦକ, ସୁଶାନ୍ତ କୁମାର ନାୟକ ଯୁଗ୍ମ ସାଧାରଣ ସଂପାଦକ, ଅଙ୍ଗୁରବାଳା ପରିଡା ସାହିତ୍ୟ ସଂପାଦିକା ଓ ଇଂ. ଅଶୋକ ପଟ୍ଟନାୟକ ଯୁଗ୍ମ ସାହିତ୍ୟ ସଂପାଦକ, ଭଜେନ୍ଦ୍ର କୁମାର ସାହୁ ନାଟ୍ୟ ସଂପାଦକ ଓ ଗୈାତମ ଦାସ ଯୁଗ୍ମ ନାଟ୍ୟ ସଂପାଦକ, ସୁଶାନ୍ତ କୁମାର ପାଣି ସଂଗୀତ ସଂପାଦକ ତଥା କୋଷାଧ୍ୟକ୍ଷ ଭାବରେ ବିଭୂତି ଭୂଷଣ ଦାସ ମନୋନୀତ ହୋଇଛନ୍ତି । ଏହା ବ୍ୟତୀତ କିଶୋରୀ ମୋହନ କର, ସରୋଜକାନ୍ତ ଜେନା, ବିଜୟଲକ୍ଷ୍ମୀ ପଟ୍ଟନାୟକ, ଶର୍ମିଷ୍ଠା କବି ଶତପଥୀ, ଜ୍ୟୋତ୍ସ୍ନା କୁମାରୀ ନାୟକ, ରଶ୍ମିବାଳା ରାଉତରାୟ, ତ୍ରିଲୋଚନ ସ୍ୱାଇଁ, ବିଜୟିନୀ ଜେନା, କାଶୀନାଥ ନନ୍ଦୀ, ପ୍ରଫୁଲ୍ଲ କୁମାର ସାମଲ, ଚନ୍ଦ୍ରମଣୀ ମାଝି, ସ୍ନେହଲତା ପଟ୍ଟନାୟକ ଓ ଇଂ. ନଳିନୀକାନ୍ତ ଧର କାର୍ୟ୍ୟନିର୍ବାହୀ ସଦସ୍ୟ ଅଛନ୍ତି । ଏହା ବ୍ୟତୀତ ଅନ୍ୟ ପନ୍ଦର ଜଣ ସାଧାରଣ ପରିଷଦର ସଦସ୍ୟ ଅଛନ୍ତି ବୋଲି ସଂପାଦକ ଘୋଷଣା କରିଥିଲେ । ଶେଷରେ ସାହିତ୍ୟ ସଂପାଦିକା ଅଙ୍ଗୁରବାଳା ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

eleven + one =