pakka

ଶିଶୁ କବିତା ସଙ୍କଳନ ଝୁମୁରୁ ଝାଇଁ ଉନ୍ମୋଚିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଚାଟିଁପଲା ଗ୍ରାମର ସୁନାମଧନ୍ୟ ଶିଶୁ ସାହିତ୍ୟିକ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ବୃନ୍ଦାବନ କୁମ୍ଭାରଙ୍କ ଶିଶୁ କବିତା ସଂକଳନ ଝୁମୁରୁ ଝାଇଁ ଉନ୍ମୋଚିତ ହୋଇଯାଇଛି । ରବିବାର ଦିନ ନନ୍ଦନକାନନ ନିକଟସ୍ଥ ତିଳୋତ୍ତମା କଲ୍ୟାଣ ମଣ୍ଡପଠାରେ ଭୁବନେଶ୍ୱରର ଅଗ୍ରଣୀ ଶିଶୁ ସାହିତ୍ୟ ସଂସଦ ଏକାମ୍ର ଶିଶୁ ସାହିତ୍ୟ ଅନୁଷ୍ଠାନର ଷୋହଳତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠାନର ସଭାପତି ଡ.ଶରତଚନ୍ଦ୍ର ବିଶ୍ୱାଳଙ୍କ ସଭାପତିତ୍ୱରେ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭ୍ୟା ଲକ୍ଷ୍ମୀପ୍ରିୟା ଓତା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଶ୍ରୀ କୁମ୍ଭାରଙ୍କ ଶିଶୁ ସଙ୍କଳନ ଝୁମୁରୁ ଝାଇଁ ପୁସ୍ତକରେ ଶିଶୁ ମନଛୁଆଁ ୨୧ଗୋଟି କବିତା ଅଛି । ତାହା ନିଶ୍ଚିତ ପାଠକଙ୍କ ପ୍ରିୟ ଭାଜନ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ଝରିଣୀର ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ମଧ୍ୟ ଯୋଗଦେଇଥିଲେ ।

jay balangir
Leave A Reply

Your email address will not be published.

16 − 3 =

error: Content is protected !!