pakka

ଆଜି ଆନ୍ତର୍ଜାତୀୟ ମହିଳା ଦିବସ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଆନ୍ତର୍ଜତୀୟ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖ ଦିନ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଥାଏ । ଆନ୍ତର୍ଜାତୀୟ ମହିଳା ଦିବସ ମହିଳାମାନଙ୍କୁ ସମସ୍ତ ଦିଗରେ ବଳିଷ୍ଠ କରିବା ସହ ମହିଳା ସ୍ୱାଧୀନତାର ବାର୍ତ୍ତା ଦେଇ ଆସୁଛି । ଆନ୍ତର୍ଜାତୀୟ ମହିଳା ଦିବସ ମହିଳା ମାନଙ୍କ ଅଧିକାର ଆନ୍ଦୋଳନର ଏକ କେନ୍ଦ୍ର ପାଲଟିଥାଏ । ଏହି ଦିବସର ପ୍ରଧାନ ଉଦ୍ଦେଶ୍ୟ ହେଲା ଲିଙ୍ଗଗତ ସମାନତା, ପ୍ରଜନନ ଅଧିକାର ଏବଂ ମହିଳାଙ୍କ ପ୍ରତି ହେଉଥିବା ହିଂସା ତଥା ଅତ୍ୟାଚାର ଭଳି ପ୍ରସଙ୍ଗ ପ୍ରତି ଧ୍ୟାନ ଦିଆଯାଏ ।

ନାରୀ ସକଳ ଶକ୍ତିର ଆଧାର । ସେ ବିଭିନ୍ନ ରୂପରେ ଧରା ପୃଷ୍ଠରେ ପରିଚିତ । କେତେବେଳେ ସେ ମା’ ରୂପେ ଦାୟିତ୍ୱ ତୁଳାଇଥାଏ ତ’ କେତେ ବେଳେ ସେ ଭଉଣୀ, ସ୍ତ୍ରୀ ଆହୁରୀ ଅନେକ ରୂପରେ ଧରା ପୃଷ୍ଠରେ ନିଜର ଦାୟିତ ସମ୍ପାଦନ କରିଥାଏ । ଜଣେ ନାରୀ ସମସ୍ତ ପରିସ୍ଥିତିର ସାମନା ଅତି ଦମ୍ଭିକତାର ସହ କରିଥାଏ । ନାରୀ ଯୁଗେ ଯୁଗେ ପୂଜନୀୟା ।

Leave A Reply

Your email address will not be published.

2 × 3 =