pakka

ଆଫଗାନିସ୍ତାନରେ ଭୂକମ୍ପ ଝଟ୍‌କା

bbehera

କାବୁଲ : ଆଫଗାନିସ୍ତାନରେ ଭୂକମ୍ପ ଝଟକା । ମଙ୍ଗଳବାର ରାତି ପ୍ରାୟ ୧.୪୦ରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୨ ରହିଥିବା ବେଳେ ଦ୍ରାଘିମା ୬୯.୫୧, ଅକ୍ଷାଂଶ ୩୪.୫୩ ଏବଂ ଏବଂ ଗଭୀରତା ୧୩୬ କିଲୋମିଟର ପର୍ଯ୍ୟନ୍ତ ଥିବା ଜଣାପଡିଛି । ଭୂକମ୍ପ ଫଳରେ ଲୋକେ ଘରୁ ବାହାରକୁ ପଳାଇ ଆସିଥିଲେ । ତେବେ ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

Leave A Reply

Your email address will not be published.

4 + 6 =