pakka

ଖଲିଦନା ବିକି ଜୀବିକା ନିର୍ବାହ କରୁଛନ୍ତି ଦଣ୍ଡ ନାଚର କୃଷ୍ଣ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖଲିଦନା ବିକି ଜୀବିକା ନିର୍ବାହ କରୁଛନ୍ତି ଦଣ୍ଡ ନାଚର କୃଷ୍ଣ ଜଗବନ୍ଧୁ ସା’ । ଜମି ଭୂମି ନାହିଁ । କୁଟୁମ୍ବ ପ୍ରତିପୋଷଣ କରିବା ବଡ଼ କଷ୍ଟଦାୟକ ହୋଇପଡ଼ିଛି ତାଙ୍କ ପାଇଁ । ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁର୍‌ଗିଆର ବାସିନ୍ଦା ଅଟନ୍ତି ଜଗବନ୍ଧୁ । ପିଲା ଦିନରୁ ଦଣ୍ଡ ନାଚ ପ୍ରତି ତାଙ୍କର ରୁଚି । ଅଭିନୟ ତାଙ୍କ ନିଶା । ଅଥଚ ଘନଘୋର ଦାରିଦ୍ର୍ୟତା ତାଙ୍କ ନୀତିଦିନିଆ ଜୀବନ ପାଇଁ କଂଟା ସାଜିଛି । ସାରା ଜୀବନ କଳା ସାଧନା କରି ଆସୁଥିବା ଜଣେ କଳାକାର ଆଜି ଏଭଳି ଦୟନୀୟ ଅବସ୍ଥାରେ… ପରିତାପର ବିଷୟ ନିଶ୍ଚୟ । ଗତବର୍ଷ ବ୍ଲକ୍‌ସ୍ତରୀୟ ଲୋକଉତ୍ସବରେ ଯୋଗ ଦେଇ ସେ କଳାକାର ଭତ୍ତା ପାଇଁ ଆବେଦନ କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଭତ୍ତା ପାଇ ନଥିବା ନିଜ ମୁହଁରେ କୁହନ୍ତି ।

Leave A Reply

Your email address will not be published.

5 × 3 =