pakka

ଆଜି ରଙ୍ଗର ପର୍ବ ହୋଲି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରଙ୍ଗର ପର୍ବ ହୋଲି । ଗାଁଠୁ ସହର ଚଳଚଞ୍ଚଳ ଏହି ରଙ୍ଗ ଖେଳ ହୋଲି ପାଇଁ । ପ୍ରତିବର୍ଷ ଫାଲ୍‌ଗୁନ ମାସ ପୂର୍ଣ୍ଣମୀ ତିଥିରେ ହୋଲି ପର୍ବ ପାଳନ କରାଯାଏ । ତେବେ ଗତ ୨ ବର୍ଷ କରୋନା କଟକଣା ଯୋଗୁଁ ହୋଲି ପର୍ବ ଫିକା ପଡିଥିବା ବେଳେ ଚଳିତ ବର୍ଷ ହୋଲି ପର୍ବ ପାଳନ ନିମନ୍ତେ ବେଶ୍‌ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଛି ଲୋକଙ୍କ ମଧ୍ୟରେ । ଭଳିକି ଭଳି ରଙ୍ଗ ଓ ଅବିର ବୋଳାବୋଳି ହୋଇ ସମସ୍ତେ ହୋଲି ପର୍ବ ପାଳନ ପାଇଁ ପ୍ରସ୍ତୁତ ହୋଇ ସାରିଛନ୍ତି । ଏହି ପର୍ବରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତେ ମିଳିମିଶି ହୋଲି ଖେଳିଥାନ୍ତି ଏବଂ ଭାଇଚାରାର ବର୍ତ୍ତା ପ୍ରଦାନ କରିଥାନ୍ତି । ଆଜିର ଦିନରେ ବିଭିନ୍ନ ସ୍ଥାନମାନଙ୍କରେ ସାର୍ବଜନୀନ ଭାବରେ ହୋଲି ଖେଳ ପାଳିତ ହୋଇଥାଏ । ବିଭିନ୍ନ ପ୍ରକାରର ମିଠା, ସରବତ, ଭୋଜି ଭାତର ଆୟୋଜନ ସହ ବିଭିନ୍ନ ରଙ୍ଗର ଫଗୁରେ ସମସ୍ତେ ହୋଲି ଖେଳି ମଜା ମଜ୍‌ଲିସ୍‌ କରିଥାନ୍ତି ।

Leave A Reply

Your email address will not be published.

nineteen − 19 =