pakka

ହଜାର ହଜାର ଦର୍ଶକ ମଧ୍ୟରେ ହରିହର ଭେଟ୍‌

bbehera

ପାଟଣାଗଡ, (ସଦାଶିବ ସରାଫ) : ଦୁଇ ବର୍ଷର କରୋନା କଟକଣା ପରେ ପୁଣି ପାଳିତ ହୋଇଛି ଦୀର୍ଘ ବର୍ଷର ପରଂପରା ପାଟଣାଗଡର ହରିହର ଭେଟ୍‌ । ରାମଜୀ ଛକରୁ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ବସ୍‌ଷ୍ଟାଣ୍ଡକୁ ଯାଇ ସେଠାରେ ଏକତ୍ରିତ ପୂଜା କରାଯାଇଥିଲା । ପାଞ୍ଚ ଦେବତାଙ୍କ ହୋଲି ଖେଳ ଦେଖିବାକୁ ଲୋକାରଣ୍ୟ ହୋଇ ପଡିଥିଲା ପାଟଣାଗଡ ବସ୍‌ଷ୍ଟାଣ୍ଡ । ଦେବତାଙ୍କ ସହ ସାଧାରଣ ଲୋକ ମଧ୍ୟ ହୋଲି ଖେଳିଥିଲେ । ମର୍ତ୍ତ୍ୟ ମଣ୍ତଳେ ଦେବତାଙ୍କ ହୋଲି ଖେଳ । ପ୍ରଭୁ ରାମଚନ୍ଦ୍ର ମହାଦେବଙ୍କ ସହ ବିଷ୍ଣୁଙ୍କ ହୋଲି ଖେଳ । ଫାଲଗୁନ ପୂର୍ଣ୍ଣିମା ତିଥିରେ କାହିଁ କେଉଁ କାଳରୁ ପାଟଣାଗଡରେ ପାଳିତ ହୋଇ ଆସୁଛି । ଭାଗ୍ୟରେ ଥିଲେ ଏପରି ଦିବ୍ୟ ଦର୍ଶନର ସୁଯୋଗ ମିଳେ ବୋଲି ମତ ପ୍ରକାଶ ପାଇଛି । ଫଗୁ ଖେଳି ଦେବତା ଯେତେ ଆନନ୍ଦିତ, ଦେବତାଙ୍କ ସହ ଫଗୁ ଖେଳି ଲୋକେ ମଧ୍ୟ ସେତେ ଆନନ୍ଦିତ । ହରିହର ଭେଟ୍‌ ପାଟଣାଗଡ ପାଇଁ ଏକ ପରଂପରା, ଏ ପରଂପରା ଆଜି ପାଟଣାଗଡକୁ ଏକତା ସୂତ୍ରରେ ବାନ୍ଧି ପାରିଛି ।

Leave A Reply

Your email address will not be published.

four × four =