ଖରା ପାଇଁ ସ୍ୱାସ୍ଥ୍ୟ ବିଭାଗର ସତର୍କବାଣୀ

  • ଜରୁରି ନଥିଲେ ୧୧ଟାରୁ ୩ ଘରୁ ବାହାରନ୍ତୁ ନାହିଁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଖୁବ୍‌ଶୀଘ୍ର ଆସିପାରେ ଖରା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗ ଆଗୁଆ ପଦକ୍ଷେପ ନେଇଛି । ଆଗତ ପ୍ରାୟ ହିଟୱେଭ୍‌ ପାଇଁ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିଛି । ଜରୁରି କାମ ନଥିଲେ ଟାଣ ଖରାରେ ଦିନ ୧୧ଟା ରୁ ୩ଟା ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ବାହାରକୁ ଗଲେ ଛତା, ଚଷମା ଓ ପାଣି ନେଇ ଯିବାକୁ ପରାମର୍ଶ ଦିଆଯାଇଛି । ଖରାକୁ ଆଖି ଆଗରେ ରଖି ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉଛି । କିଭଳି ଖରାରେ କୌଣସି ପ୍ରାଣହାନି ନଘଟିବ ତାହାକୁ ଦୃଷ୍ଟିରେ ରଖିଛି ସ୍ୱାସ୍ଥ୍ୟ ବିଭାଗ ।

Leave A Reply

Your email address will not be published.

1 × one =