pakka

ପାରିବାରିକ କଳହର କରୁଣ ପରିଣତି : ସ୍ଵାମୀର କାତି ଚୋଟରେ ସ୍ତ୍ରୀ ଓ ଶଳା ଗୁରୁତର

bbehera

ସୋର : ପାରିବାରିକ କଳହର କରୁଣ ପରିଣତି । ସ୍ଵାମୀର କାତି ଚୋଟରେ ସ୍ତ୍ରୀ ଓ ଶଳା ଗୁରୁତର । ସୂଚନାନୁଯାୟୀ, ତୁଣ୍ଡୁପଡା ଗ୍ରାମର ବସନ୍ତ ସାହୁ ଘରୋଇ କଳହକୁ କେନ୍ଦ୍ର କରି ଉତ୍ତ୍ୟକ୍ତ ହୋଇ ଏକ କାତିରେ ସ୍ତ୍ରୀ ଭାରତୀ ସାହୁ (୪୫ ବର୍ଷ) ଓ ଶଳା ଅନ୍ତର୍ଯ୍ୟାମୀ ସାହୁଙ୍କୁ ଆକ୍ରମଣ କରିଥିଲେ । ଫଳରେ ସ୍ତ୍ରୀ ଓ ଶଳା ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି ହେବା ସହ ସୋର ଥାନାରେ ଅଭିଯୋଗ କରିଛନ୍ତି । ଭାରତୀଙ୍କ ଅଭିଯୋଗ ଅନୁଯାୟୀ, ସ୍ଵାମୀ ବସନ୍ତ ସାହୁଙ୍କୁ ପୁଅ ରାମଚନ୍ଦ୍ର ସାହୁ ସହଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ କରୁଛି । ୨ ଗୁରୁତରଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.

19 + eight =