om academy

ଠାକୁର ଶ୍ରୀଶ୍ରୀ ଅଭିରାମ ପରମହଂସ ଦେବଙ୍କ ମଲ୍ଲାଡ଼ ଆଶ୍ରମର ୪୩ତମ ବାର୍ଷିକ ଉତ୍ସବ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଗଦଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ପ୍ରବର୍ତ୍ତିତ ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ମଲ୍ଲାଡ଼ ଗ୍ରାମ ଆଶ୍ରମର ୪୩ତମ ବାର୍ଷିକ ଉତ୍ସବ ବିବିଧ ସମାରୋହରେ ଆୟୋଜିତ ହୋଇଯାଇଛି । ତିନିଦିନ ଧରି ପାଳିତ ହେଉଥିବା ଠାକୁରଙ୍କ ଏହି ଆଶ୍ରମର ବାର୍ଷିକ ଉତ୍ସବ ଅବସରରେ ପ୍ରଥମ ଦିବସ ସନ୍ଧ୍ୟାରେ ନାନାବାଦ୍ୟର ଧ୍ଵନି ମାଧ୍ୟମରେ ମହିଳାମାନଙ୍କ ଦ୍ୱାରା ବର୍ଣ୍ଣାଢ଼୍ୟ ସାମାରୋହରେ ଜଳଯାତ୍ରା ସମାହିତ ହୋଇଥିଲା । ପବିତ୍ର ଋଷିକୂଲ୍ୟାନଦୀରୁ ୧ହଜାର ଆଠ କଳସରେ ଜଳ ଅଣାଯାଇ ଠାକୁରଙ୍କୁ ଜଳାଭିଷେକ କରାଯାଇଥିଲା । ପୁରୀ ଜିଲ୍ଲାର କରମଳା ହେଉଛି, ଠାକୁରଙ୍କ ମୁଖ୍ୟଆଶ୍ରମ । ମୁଖ୍ୟକେନ୍ଦ୍ରର ଆଚାର୍ଯ୍ୟ ଶ୍ରୀ ଶ୍ରୀ ବଳରାମ ଦାସ ମହାରାଜଙ୍କ ନିର୍ଦ୍ଦେଶକ୍ରମେ ଶାଖା ଆଶ୍ରମର ବାବାଜୀ ରସାନନ୍ଦ ଦାସଙ୍କ ପରିଚାଳନାରେ ବିଶ୍ୱଶାନ୍ତି ତଥା ବିଶ୍ୱର କଲ୍ୟାଣାର୍ଥେ ଅନୁଷ୍ଠିତ ଘୃତଯଜ୍ଞ, ନାମଯଜ୍ଞ, ଅନ୍ନଯଜ୍ଞ ଏବଂ ହରି କଥାମୃତ ତଥା ସତ୍ୟ ସନାତନ ଧର୍ମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଥମଦିବସ ସନ୍ଧ୍ୟାରେ ଭୁବନେଶ୍ୱରର ଘଟିକା ଅନନ୍ତ କିଶୋର ଆଶ୍ରମର ଶ୍ରୀ ଅଭିରାମ ସରସ୍ୱତୀ ମହାରାଜ ପଦାର୍ପଣ କରି ଆଶୀର୍ବଚନ ପ୍ରଦାନ କରିଥିଲେ । ଶୁକ୍ରବାର ପ୍ରଭାତରୁ ଘୃତଯଜ୍ଞ, ନାମଯଜ୍ଞ, ଅନ୍ନଯଜ୍ଞ ଆରମ୍ଭ ହୋଇଛି । ସନ୍ଧ୍ୟାରେ ହରି କଥାମୃତ ପ୍ରବଚନ କାର୍ଯ୍ୟକ୍ରମ ଆଦି ସମାହିତ ହୋଇଛି । ଏହି ତିନିଦିନିଆ ଆଧ୍ୟାତ୍ମିକ ସାମାରୋହରେ ଅଗଣିତ ଭକ୍ତଙ୍କ ସମାଗମ ହୋଇଛି । ମୁଖ୍ୟ ପରିଚାଳକ ଆର. ମଙ୍ଗଳା, ଆଶ୍ରମ ଗୋଷ୍ଠୀ କମିଟିର ସଭାପତି କବିରାଜ ସ୍ୱାଇଁ, ଉପ-ସଭାପତି ଆର. ନାରସିଂହମୁଲୁ, ସମ୍ପାଦକ ବି.ଜଗନାଇଇକୁଲୁ, କୋଷାଧ୍ୟକ୍ଷ ଦୁର୍ଯ୍ୟୋଧନ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଛନ୍ତି ।

Leave A Reply

Your email address will not be published.