କୁଏତ ଗସ୍ତରେ କେନ୍ଦ୍ରମନ୍ତ୍ରୀ : କୁଏତ ଦିବଂଗତ ସମ୍ରାଟଙ୍କୁ ଭାରତ ତରଫରୁ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

 ଦିବଂଗତ କୁଏତ ସମ୍ରାଟ ଆରବ କୁଟନୀତରି ଭୀଷ୍ମ ପିତାମହ ଥିଲେ
 କୁଏତ ତୈଳମନ୍ତ୍ରୀଙ୍କ ସହ ସାକ୍ଷାତ ଓ ପୁଞ୍ଜିନିବେଶ ନେଇ ଆଲୋଚନା

ନୂଆଦଲ୍ଲିୀ/ଭୁବନେଶ୍ୱର, (ପିଆଇବି) : କୁଏତର ସମ୍ରାଟ ସେଖ ସବାହଙ୍କ ବିୟୋଗରେ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ତରଫରୁ ସାରା ଦେଶକୁ ପ୍ରତନିଧିିତ୍ୱ କରି ସେ ଦେଶର ବ‌ର୍ତ୍ତମାନ ସମ୍ରାଟ ସେଖ ନୱାଫଙ୍କୁ ସାକ୍ଷାତ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଲକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କୁଏତର ଦବିଂଗତ ସମ୍ରାଟଙ୍କୁ ଆରବ କୁଟନୀତରି ଭୀଷ୍ମ ପିତାମହ ଭାବରେ ବର୍ଣ୍ଣନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ଏହି ଦିବଂଗତ ନେତା ବିଶ୍ୱରେ ଶାନ୍ତି, ସଦଭାବ ଓ ସ୍ଥିରତା ପାଇଁ ଗୁରୁତ୍ୱପୂ‌ର୍ଣ୍ଣ ଭୂମିକା ନେଇଥିବା ଦେଶକୁ ପ୍ରତନିଧିିତ୍ୱ କରି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।
ଦିବଂଗତ କୁଏତ ସମ୍ରାଟ ସେଖ ସବାହ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତତ କରିବା ସହ କୁଏତରେ ବସବାସ କରୁଥିବା ଭାରତୀୟ ସମୁଦାୟଙ୍କର ମଧ୍ୟ ଉପଯୁକ୍ତ ଯତ୍ନ ନେଇଥିବା ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ ଶୋକ ବ୍ୟକ୍ତ କରିବା ପରେ କୁଏତର ବ‌ର୍ତ୍ତମାନର ସମ୍ରାଟ ସେଖ୍ ନୱାଫ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା ଭାରତବାସୀଙ୍କ ପ୍ରତି ତାଙ୍କର ଧନ୍ୟବାଦ ବ୍ୟକ୍ତ କରିଛନ୍ତି ।
ଏହି ଗସ୍ତ ସମୟରେ କୁଏତର ତୈଳମନ୍ତ୍ରୀ ଡା. ଖାଲେଦ ଅଲ୍ଲିଙ୍କ ସହ ସାକ୍ଷାତ ସମୟରେ ଦୁଇ ଦେଶ ମଧ୍ୟଲର ତୈଳ ଓ ଗ୍ୟାସ କ୍ଷେତ୍ରରେ ପୁଞ୍ଜିନିବେଶ ନେଇ ଆଲୋଚନା ହୋଇଥିଲା ଶକ୍ତିସୁରକ୍ଷା ପାଇଁ ଭାରତ ଭଳି ରାଷ୍ଟ୍ର କୁଏତକୁ ବିଶ୍ୱାସୀ ସହଲଯାଗୀ ଭାବରେ ଗ୍ରହଣ କରିଥିବା ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.