ପେଟ୍ରୋଲ ପମ୍ପ ବିସ୍ଫୋରଣ ମାମଲା : ସତ କହିବ ସିସିଟିଭ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ସ୍ଥାନୀୟ ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଗତ କିଛି ଦିନ ତଳେ ଘଟିଥିବା ବିସ୍ଫୋରଣର ସବୁ ସତ୍ୟତା ଖୁବ୍‌ ଶୀଘ୍ର ଜଣା ପଡିବ । ସିସିଟିଭି ଦୃଶ୍ୟରୁ ଯାହା ଜଣା ପଡୁଛି ଯେ, ଗ୍ୟାସ୍‌ ଟାଙ୍କିରେ ହାଇଡ୍ରୋଲିକ୍‌ ପ୍ରେସର୍‌ ଚେକ୍‌ କରାଯାଉଥିଲା ଏବଂ ଠିକ୍‌ ଏହି ସମୟରେ ହିଁ ବିସ୍ଫୋରଣ ଘଟିିଥିଲା । ଏହି ଅଘଟଣ ବେଳେ ୩ ରୁ ୪ ଜଣ ବ୍ୟକ୍ତି ଥିବା ସିସିଟିଭି କଏଦ୍‌ରୁ ଜଣାପଡିଛି । ତେବେ ପ୍ରାଥମିକ ଅନୁସନ୍ଧାନରୁ ମିଳିଥିବା ତଥ୍ୟ ଅନୁସାରେ ଅଧିକାରୀଙ୍କ ଅବହେଳା ଯୋଗୁଁ ଏଭଳି ବିରାଟକାୟ ବିସ୍ଫୋରଣ ଘଟିଛି । ଏହି ସମୟରେ ସମସ୍ତ ଘଟଣା ଯାହା ଯାହା ଘଟିଛି ସବୁ ସିସିଟିଭିରେ କଏଦ୍‌ ହୋଇଛି, ଯାହା ଖୁବ୍‌ ଶୀଘ୍ର ଜଣାପଡିବ ବୋଲି ଅନୁମାନ କରାଯାଇଛି ।

Leave A Reply

Your email address will not be published.