pakka

ସାହିତ୍ୟ-ସଂସ୍କୃତିର ନୂତନ କର୍ମକର୍ତ୍ତା ନିର୍ବାଚନ

bbehera

ଟିଟିଲାଗଡ : ଟିଟିଲାଗଡର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ତଥା ସାରସ୍ୱତ ଚେତନାର ବାର୍ତ୍ତାବହ “ସାହିତ୍ୟ ସଂସ୍କୃତି” ର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ବରିଷ୍ଠ ଆଇନଜୀବୀ ରାଧେଶ୍ୟାମ ଅଗ୍ରୱାଲ ଏବଂ କୃଷ୍ଣଚନ୍ଦ୍ର ସାହୁ ନିର୍ବାଚନ ଅଧିକାରୀ ଭାବେ ଦାୟୀତ୍ୱ ନିର୍ବାହ କରିଥିଲେ । ଆଗାମୀ ଦୁଇ ବର୍ଷ ପାଇଁ ଡଃ ଛାୟାକାନ୍ତ ଷଡଙ୍ଗୀ ସଭାପତି, ଡଃ ଯୁଗଳ କିଶୋର ଷଡଙ୍ଗୀ ଉପସଭାପତି, ସତ୍ୟବ୍ରତ ପଣ୍ଡା ସମ୍ପାଦକ, ହିମାଂଶୁ ଶେଖର ଦାଶ ସହ-ସମ୍ପାଦକ ଏବଂ ପ୍ରମୋଦ କୁମାର ପାଲ କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ଏଥିସହ ଜ୍ୟୋତି ପ୍ରକାଶ ଗଡତ୍ୟା, ଉମେଶ ଚନ୍ଦ୍ର ଦାଶ, ବନମାଳୀ ଦାଶ, ବ୍ରହ୍ମାନନ୍ଦ ପୁହାଣ, ବୃନ୍ଦାବନ ଷଡଙ୍ଗୀ ଓ ରାଜେନ୍ଦ୍ର ନାରାୟଣ ମିଶ୍ର କାର୍ଯ୍ୟକାରିଣୀ କମିଟି ସଭ୍ୟ ଭାବେ ଏବଂ ରାଧେଶ୍ୟାମ ଅଗ୍ରୱାଲ, କୃଷ୍ଣଚନ୍ଦ୍ର ସାହୁ, ରାଜୀବ ଲୋଚନ ପାଢୀ, ଜଗନ୍ନାଥ ପଣ୍ଡା, ସେବକ ଚରଣ ଦାଶ ଓ ଡଃ ଗୋବର୍ଦ୍ଧନ ସାହୁ ଉପଦେଷ୍ଟା ଭାବେ ମନୋନୀତ ହୋଇଥିଲେ । ନିର୍ବାଚନ ପରେ ଆଗାମୀ ମକର ସଂକ୍ରାନ୍ତି ଓ ଫକୀର ମୋହନ ଜୟନ୍ତୀ ପାଳନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟସଦସ୍ୟ ମାନଙ୍କ ସହ ବୃନ୍ଦାବନ କୁମ୍ଭାର, ନେତ୍ରାନନ୍ଦ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

4 × five =

error: Content is protected !!