jayashree

ସରଭୀମପୁର ଗ୍ରାମର ଜଳମଗ୍ନ ଅଞ୍ଚଳ ବୁଲି ଦେଖି ସ୍ଥିତି ସମାଧାନ କରିଛନ୍ତି ଛତ୍ରପୁର ବିଧାୟକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶନିବାର ସକାଳୁ ସକାଳୁ ଛତ୍ରପୁର ବିଧାୟକ ବନ୍ୟାଞ୍ଚଳ ପରିଦର୍ଶନରେ ବାହାରି ତୃତୀୟ ଦିବସରେ ଜଳମଗ୍ନ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ସରଭୀମପୁର ଗ୍ରାମର ଜଳମଗ୍ନ ସ୍ଥିତି ବୁଲି ଦେଖି ଛତ୍ରପୁର ବିଧାୟକ ସ୍ଥିତି ସମାଧାନ କରିଛନ୍ତି । ଲୋକଙ୍କୁ ସାହାଯ୍ୟ କରିବା ସାଙ୍ଗକୁ ଉଦ୍ଧାର ଓ ରିଲିଫ୍ ସହାୟତାରେ ସାହାଯ୍ୟ କରିଆସିଛନ୍ତି । କ୍ଷୟକ୍ଷତି ସମ୍ପର୍କରେ ସରକାରଙ୍କ ଠାରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଲୋକଙ୍କୁ ସାହାଯ୍ୟ କରିବା ସହ ନିରାପଦ ସ୍ଥାନକୁ ଫେରିଆସିବା ଏବଂ ସତର୍କତ୍ତା ଅବଲମ୍ବନ କରିବାକୁ ସଚେତନତା କରିଛନ୍ତି । ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ପୋଲିସ ଅଧିକାରୀ ଏସ୍‌ଡିପିଓ ଚନ୍ଦନ ଘଡ଼େଇ ଏବଂ ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ସହ ବନ୍ୟାଞ୍ଚଳ ବୁଲି ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି ।

Leave A Reply

Your email address will not be published.