ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ଗଞ୍ଜାମ ସହରରେ ମହାସମାରୋହରେ ପାଳିତ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବିଜେଡି ସରକାରଙ୍କ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାଗୁଡିକ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହ ମହିଳା ସଶକ୍ତିକରଣ ନିମନ୍ତେ ମିଶନ ଶକ୍ତି ଦ୍ୱାରା ମହିଳାମାନେ କିପରି ସାବଲମ୍ବୀ ହୋଇ ପାରୁଛନ୍ତି, ଉଠା ଦୋକାନୀ, ଖବରକାଗଜ ବିତରକ, ରାସନ କାର୍ଡ ଉପଭୋକ୍ତାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ସରକାରଙ୍କ ଗରିବମାନଙ୍କ ପ୍ରତି ଦରଦୀ ମନୋଭାର ପରିଚୟ ବୋଲି ପ୍ରକାଶ କରିଥିଲେ । ସେହିପରି କୃଷକମାନଙ୍କ ସାମୁହିକ ବିକାଶ ପାଇଁ କାଳିଆ ଯୋଜନା, ବିଜୁ ସ୍ମାର୍ଟ ସ୍ବାସ୍ତ୍ୟକାର୍ଡ଼ରେ ମହିଳାଙ୍କ ପାଇଁ ୧୦ ଲକ୍ଷ ଓ ପୁରୁଷମାନଙ୍କ ପାଇଁ ୫ ଲକ୍ଷ ବୀମା ବ୍ୟବସ୍ଥା, ଶିକ୍ଷା, ଗମନାଗମନ, ପାନୀୟଜଳ ବ୍ୟବସ୍ଥା ଆଦି ବିଭିନ୍ନ ଯୁଗାନ୍ତକାରୀ ପଦକ୍ଷେପ ୪ କୋଟି ୫୦ ଲକ୍ଷ ଓଡିଶାବାସୀଙ୍କ ମୁହଁରେ ହସ ଫୁଟାଇଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ପୂର୍ବାହ୍ନରେ ଗଞ୍ଜାମ ବିଜେଡି ନଗର ସଭାପତି ସୁଧିର କୁମାର ପାଢୀ ଓ ନଗର ଛାତ୍ର ସଭାପତି ରାକେଶ ରଞ୍ଜନ ଦାସଙ୍କ ତତ୍ୱାବଧାନରେ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ନଗର ସଭାପତି ପି.ରାଜୁ ରେଡି, ବଡବଜାର ବଣିକ ସଂଘ ସଭାପତି ଗୌରୀ ଶଙ୍କର ବାରିକ, ପୂର୍ବତନ ସାଂସଦ ପ୍ରତିନିଧି ସୁଦାମ ପଲାଇ, ପୂର୍ବତନ ଏନ୍ଏସି ଉପାଧ୍ୟକ୍ଷ ନୀଳାଞ୍ଚଳ ବାରିକ, ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡା, ଜିତୁ ପଣ୍ଡା, ମନୋଜ ପଣ୍ଡା, ନିରଞ୍ଜନ ପରିଡା, ମନୋଜ ପ୍ରଧାନ, ସୀମାଞ୍ଚଳ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ଅପରାହ୍ନ ସମୟରେ ସାଧାରଣ ସଭାରେ ଗଞ୍ଜାମ, ରମ୍ଭା ପୌରାଞ୍ଚଳ ଓ ଗଞ୍ଜାମ ବ୍ଲକର ବହୁ ବିଜେଡି ନେତୃବୃନ୍ଦ ଯୋଗଦେଇ ସ୍ୱର୍ଗତ ବିଜୁବାବୁ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଓଡିଶାବାସୀଙ୍କୁ କୃତଜ୍ଞତା ଓଡ଼ିଶାର ୭୦ ଲକ୍ଷ ମହିଳା ରାଜ୍ୟ ସରକାରଙ୍କ ମହିଳା ମିଶନଶକ୍ତି ଯୋଗୁଁ ସାବଲମ୍ବୀ ହୋଇପାରିଥିବା ପ୍ରକାଶ କରିଥିବା ବେଳେ ଓଡିଶାବାସୀଙ୍କ ସୁଖଦୁଃଖ ସାଥୀ ହୋଇ ସେ କାର୍ଯ୍ୟକରି ଆସୁଥିବା ବେଳେ ସେମାନଙ୍କ ସହଯୋଗରେ ଓଡ଼ିଶାର ବିକାଶ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ପୂର୍ବତନ ବିଧାୟକ ଆଦିକନ୍ଧ ସେଠି, ବରିଷ୍ଟ ନେତା ବାନମ୍ବର ପଲାଇ, ସମିତି ସଭ୍ୟ କୈଳାସ ଚନ୍ଦ୍ର ସ୍ବାଇଁ, ସୁରଥ ପାହାନ, ଛାୟାକାନ୍ତ ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଭୁନାଥ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଜେ. ସନ୍ତୋଷି, ପୂର୍ବତନ ଗଞ୍ଜାମ ଏନ୍ଏସି ଅଧ୍ୟକ୍ଷା ଉର୍ମିଳା ପଲାଇ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା କୈବର୍ତ୍ତ ମହାସଂଘ ସଭାପତି ସନାତନ ବେହେରା, ପୂର୍ବତନ ବ୍ଲକ ସଭାପତି ବନବାସୀ ଖୁଣ୍ଟିଆ, ସରପଞ୍ଚ ନିରଞ୍ଜନ ରେଡି, ଚନ୍ଦ୍ରମୋହନ ସାହୁ, ପୂର୍ବତନ ସରପଞ୍ଚ ଗୋବିନ୍ଦ ରେଡି, ବଂଶୀଧାର ବେହେରା, ରବିନ୍ଦ୍ର ନାଥ ବେହେରା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଭାଗ୍ୟ ରେଡି, ଶିବ ପ୍ରସାଦ ସ୍ବାଇଁ, ବଟକୃଷ୍ଣ ପଣ୍ଡା, ବିଶ୍ବନାଥ ବେହେରା, କବିରାଜ ବେହେରା, ଉମା ଜେନା, ଲିଙ୍ଗରାଜ ମହାପାତ୍ର, ଉପେନ୍ଦ୍ର ବେହେରା, ନାରାୟଣ ପଟ୍ଟନାୟକ, ମନୋଜ କୁମାର ତରାଇ, ସମରସେନ ପଣ୍ଡା, ଗଙ୍ଗା ପାତ୍ର ପ୍ରମୁଖ ବିଜେଡି ନେତୃବୃନ୍ଦ ଓ କର୍ମୀ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ ।