pakka

ଛତ୍ରପୁର ବିଇଓ କାର୍ଯ୍ୟାଳୟରେ ଖୁସିର ମାହୋଲ : ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବିଇଓ ସୀତାରାମ ପାତ୍ରଙ୍କୁ ଲମ୍ବିଛି ଶୁଭେଚ୍ଛାର ସୁଅ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବିଇଓ ଭାବେ ସୀତାରାମ ପାତ୍ର ଗତ ୨୨ ତାରିଖରୁ କାର୍ଯ୍ୟଭାର ଦାୟିତ୍ୱ ଗ୍ରହଣ କରିଛନ୍ତି । ବହୁ ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କୁ ସ୍ୱାଗତ କରି ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଛନ୍ତି । ଦାୟିତ୍ୱ ନେବା ଦିବସର ପ୍ରାରମ୍ଭରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଅଜିତ ସେଠୀ, ଅନ୍ୟତମ ଶିକ୍ଷକ ସଂଗଠକ ରବିନ୍ଦ୍ର କୁମାର ବେହେରା, ଦିଲୀପ କୁମାର ପଲେଇଙ୍କ ସମେତ ବହୁ ଶିକ୍ଷକ ସମ୍ବର୍ଦ୍ଧନା ଦେଇଥିଲେ । ଦ୍ୱିତୀୟ ଦିବସରେ ବିଷ୍ଣୁପଣ୍ଡାଙ୍କ ନେତ୍ତୃତ୍ୱରେ ଏକ ପ୍ରତିନିଧି ଦଳ ଏକ୍ସ-କ୍ୟାଡର ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ମଧ୍ୟ ପୁଷ୍ପଗୁଚ୍ଛ ସହ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଅଦ୍ୟାବଧି ଶ୍ରୀ ପାତ୍ରଙ୍କୁ ଦୂର-ଦୁରାନ୍ତରୁ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ସମୂହ ଆସି ଶୁଭେଚ୍ଛା ଜଣାଇ ଆସୁଛନ୍ତି । ନୂତନ ବିଇଓଙ୍କୁ ଶୁଭେଚ୍ଛାର ସୁଅ ଲମ୍ବିବାର ଲାଗିଛି । ଶ୍ରୀପାତ୍ର ଛତ୍ରପୁର ବିଇଓ କାର୍ଯ୍ୟାଳୟରେ ଅତିରିକ୍ତ ବିଇଓ ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସିଥିବା ବେଳେ ଶ୍ରୀ ପାତ୍ର ସମସ୍ତଙ୍କର ପ୍ରିୟପାତ୍ର ହୋଇଯାଇଥିଲେ ।

jay balangir
Leave A Reply

Your email address will not be published.

thirteen − 1 =

error: Content is protected !!