pakka

ଗୋପବନ୍ଧୁପାଲିରେ କପଡା ବଣ୍ଟନ କାର୍ଯ୍ୟକ୍ରମ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଅଲ ଇଣ୍ଡିଆ କପଡା ବ୍ୟାଙ୍କ, ରାଉରକେଲା ଶାଖା ତରଫରୁ ୩୩ ନମ୍ବର ୱାର୍ଡ ଗୋପବନ୍ଧୁପାଲିର ଲୋହରପଡାଠାରେ କପଡା ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା । କପଡା ବ୍ୟାଙ୍କର ସଭାପତି ସରିତା ସିଂହଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ପ୍ରାକ୍ତନ କାଉନସିଲର ପ୍ରମିଳା ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବସ୍ତି ବାସିନ୍ଦାଙ୍କ ମଧ୍ୟରେ କପଡା ବଣ୍ଟନ ସହ ବିସ୍କୁଟ ଓ ଥଣ୍ଡା ପାନୀୟ ବଣ୍ଟନ କରିଥିଲେ । ଏହା ସହ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହା ଅନୁପ୍ରାଣିତ କରିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପସଭାପତି ଝୁନୁ ନାୟକ, ସଂପାଦକ ପି.ବି.ସାଜୀ, କୋଷାଧ୍ୟକ୍ଷ ଆଇନଜୀବୀ ନୀରଜ ସିଂହ, ଲୁସି ଦାଶ, ମିନାକ୍ଷୀ ପାଢୀ, କାପ୍ରା ହାସଁଦା, ରାଜେଶ ଅଗ୍ରୱାଲ, ତେଜସ୍ୱିନୀ ରଥ ଓ ସମାଜସେବୀ ବିଦ୍ୟୁତ୍ କୁମାର ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇ କପଡା ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ସଭାପତି ଶ୍ରୀମତୀ ସିଂହ ଧନ୍ୟବାଦ ଅର୍ପଣ ସହ ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଥିଲେ ।

jay balangir
Leave A Reply

Your email address will not be published.

five × 4 =