pakka

ବର୍ଷାଭାବ ପରେ ବି ସରିନି ଚାଷୀଙ୍କ ଚିନ୍ତା : ଚାଷ ଅମଳ ନଷ୍ଟ କଲେ ହାତୀପଲ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ଦେଓଗାଁ ରେଞ୍ଜ ଅଞ୍ଚଳରେ ହାତୀପଲ ପଶିଆସି ଚାଷୀଙ୍କ ଅମଳ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ଦେଓଗାଁ ରେଞ୍ଜ ଅନ୍ତର୍ଗତ ରାଏପାଲି ଓ ବ୍ରାହ୍ମଣୀପାଲିରେ ଗତ କିଛି ଦିନ ହେଲା ବହୁ ସଂଖ୍ୟାରେ ଜଙ୍ଗଲୀ ହାତୀ ଆସି ଅନେକ ଚାଷୀଙ୍କ ଚାଷ ଜମିର ଫସଲ ନଷ୍ଟ କରିବାରେ ଲାଗିଛନ୍ତି । ବର୍ଷା ଅଭାବରୁ ଚାଷୀମାନେ ଜମିରେ ପାଣି ଲଗାଇ ଚାଷ କରି ଅମଳକୁ ବଞ୍ଚାଇବାକୁ ଲାଗିଥିବା ବେଳେ ଏବେ ପୁଣି ହାତୀପଲ ତାଙ୍କ ଚିନ୍ତାର କାରଣ ହୋଇଛି । ଏହାସହ ଗାଁ ନିକଟରେ ଥିବା ଏକ ନଳକୁଆଁକୁ ମଧ୍ୟ ଉପାଡ଼ି ଦେଇଥିବା ଦେଖିବାକୁ ମିଳିଛି । ଏହା ଫଳରେ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ଚାଷୀମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.

1 × 3 =