pakka

ଧାନ ସଂଗ୍ରହକୁ ବ୍ୟବସ୍ଥିତ କରିବାକୁ ଆପ୍‌ର ଦାବୀ ପତ୍ର

bbehera

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କେତୋଟି ବ୍ୟତିକ୍ରମ ଦେଖିବାକୁ ମିଳିଛି । ମଣ୍ଡିରେ ଚାଷୀର ନାମ, ଟୋକାନ ଓ ତାରିଖ ପ୍ରଦର୍ଶନ କରିବା ଆମ୍ ଆଦମୀ ପାର୍ଟି ବରଗଡ଼ ଜିଲ୍ଲା ପକ୍ଷରୁ ଦାବୀ ହୋଇଛି । ଆଗରୁ ଏହି ସବୁ ତଥ୍ୟ ମଣ୍ଡିରେ ଉପଲବ୍ଧ ରହୁଥିବା ନଜିର ରହିଛି କିନ୍ତୁ ଚଳିତ ବର୍ଷ ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନସ୍ଥ କାଠଡେରା ମଣ୍ଡିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସେହିପରି ଅଧିକାଂଶ ଚାଷୀଙ୍କ ପାଖରେ ମୋବାଇଲ ଫୋନ ନଥିବାରୁ ସେମାନେ ମେସେଜ ପାଇବାରୁ ବଂଚିତ ହୋଇ ଧାନ ବିକ୍ରିର ତାରିଖ ଜାଣିପାରୁ ନାହାନ୍ତି । ତେଣୁ ଏହି ସବୁ ତଥ୍ୟକୁ ମଣ୍ଡିରେ ରଖାଗଲେ ଚାଷୀ ସୁବିଧାରେ ଧାନ ବିକ୍ରି କରି ପାରିବ ବୋଲି ଆମ୍ ଆଦମୀ ପାର୍ଟିର ଜିଲ୍ଲା ଆବାହକ ଭବାନୀ ସାହୁ ଜିଲ୍ଲାପାଳଙ୍କୁ ଦାବୀ କରିଛନ୍ତି । ସେହିପରି ଅନକେ ଚାଷୀଙ୍କ ଧାନ ବିକ୍ରି ପରିମାଣ କମ୍ ଆସୁଥିବାରୁ ସଠିକ୍‌ ଟୋକନ ଓ ପରିମାଣ ଦେବାକୁ ଏବଂ ଘଣ୍ଟା ଘଣ୍ଟା ବନ୍ଦ ରହୁଥିବା ଅନ ଲାଇନ ବିକ୍ରି ପୋର୍ଟାଲକୁ ଠିକ୍‌ କରିବାକୁ ଆପ୍ ଦାବୀ କରିଛି । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସଭ୍ୟ ପବିତ୍ର ଦେହେରି, ଯଦୁମଣି ପ୍ରଧାନ, ଅସିତ ସାହୁ, ସୁଶାନ୍ତ ନାଏକ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

15 + nineteen =