pakka

ପକ୍ଷପାତ ରୋଗରେ ଆକ୍ରାନ୍ତ ଟିକେଶ୍ୱର ଖର୍ସେଲଙ୍କୁ ୭୫ ବର୍ଷ ବୟସ ହୋଇଥିଲେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ମିଳୁ ନଥିବା ଅଭିଯୋଗ : ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପକ୍ଷପାତ ରୋଗରେ ଆକ୍ରାନ୍ତ ଟିକେଶ୍ୱର ଖର୍ସେଲଙ୍କୁ ୭୫ ବର୍ଷ ବୟସ ହୋଇଥିଲେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ମିଳୁ ନଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ମଣ୍ଡଳ ଗାଁର ଟିକେଶ୍ୱର ଖର୍ସେଲ(୭୫) ଅସହାୟ ଅବସ୍ଥାରେ ପକ୍ଷପାତ ରୋଗରେ ଆକ୍ରାନ୍ତ ହୋଇ ପ୍ରାୟ ୫ ବର୍ଷ ଧରି ଶଯ୍ୟାରେ ପଡି ରହିଛନ୍ତି । ଧାର କରଜ କରି ଚିକିତ୍ସା କରିଥିଲେ ମଧ୍ୟ ଭଳ ହୋଇ ନାହାନ୍ତି । ଉଚ୍ଚତର ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି । ଟିକେଶ୍ୱର ଖର୍ସେଲଙ୍କୁ ୭୫ ବର୍ଷ ବୟସ ହୋଇଥିଲେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ମିଳିପାରି ନଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ମଧ୍ୟ ହୋଇ ନଥିବା ଅଭିଯୋଗ ହେଉଛି । ଭତ୍ତା ଓ ଆବାସ ଯୋଜନାରେ ଘର ଖଣ୍ଡେ ପାଇବାକୁ ବାରମ୍ବାର ଜନପ୍ରତିନିଧି ଓ ବ୍ଲକ ପ୍ରଶାସନ ନିକଟରେ ଆବେଦନ କରିଥିଲେ ମଧ୍ୟ ସୁଫଳ ମିଳି ନଥିବା ଅଭିଯୋଗ ହେଉଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଟିକେଶ୍ୱରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

seventeen + eleven =

error: Content is protected !!