pakka

ସୁଧୀନ୍ଦ୍ର କୁମାର ସାହୁ ନବୋଦୟ ପରୀକ୍ଷାରେ ଯୋଗ୍ୟ ବିବେଚିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ଜବାହାର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜୋଜୋନାରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ସୁଧୀନ୍ଦ୍ର କୁମାର ସାହୁ ସଫଳ (ଯୋଗ୍ୟ ବିବେଚିତ) ହୋଇଛନ୍ତି । ତାଙ୍କର ପିତା ସରୋଜ କୁମାର ସାହୁ ଡଭା ଜୁନିୟର କଲେଜରେ ଇଂରାଜୀ ଅଧ୍ୟାପକ ରୂପେ କାର୍ଯ୍ୟରତ ଓ ମାଆ ଶୁଭଲକ୍ଷ୍ମୀ ସାହୁ ଗୃହିଣୀ ଅଟନ୍ତି । ସୂଚନା ଯୋଗ୍ୟ, ସେ ତୃତୀୟ ଶ୍ରେଣୀ ମେଧାବୃତ୍ତି ପାଇଥିବା ସହିତ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ଦେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ସଂପ୍ରତି ସରକାରୀ ବିଦ୍ୟାଳୟମାନଙ୍କଠାରୁ କ୍ରମେ ଲୋକେ ଦୂରେଇ ଯାଉଥିବା ବେଳେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ସୁଧୀନ୍ଦ୍ର କୁମାର ସାହୁ । ତାଙ୍କର ବଡ ଭଉଣୀ ଶ୍ରେୟସୀବାଳା ମଧ୍ୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବର୍ତ୍ତମାନ ପାଇକମାଲ ନବୋଦୟ ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ଉଭୟଙ୍କର ସଫଳତା ଯୋଗୁଁ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ଏଇ ସଫଳତା ପାଇଁ ସେମାନଙ୍କ ପରିବାର ବର୍ଗ, ଶିକ୍ଷକ ଓ ବିଶେଷ କରି ଜେଜେ ବାପା ଛିନ୍ଦେଇକେଲାର ପୂର୍ବତନ ପୋଷ୍ଟ ମାଷ୍ଟର ରାମଚନ୍ଦ୍ର ସାହୁଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

jay balangir
Leave A Reply

Your email address will not be published.

3 + 6 =

error: Content is protected !!