pakka

କୁଷ୍ଠ ରୋଗ ଆରୋଗ୍ୟ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜିଲ୍ଲା ପ୍ରଶାସନ ବଲାଙ୍ଗିରର ମିିଳିତ ଆନୁକୂଲ୍ୟରେ ଆଜି ପୁଇଁତଲା ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପଡିଆଠାରେ ଆରୋଗ୍ୟ କୁଷ୍ଠ ରୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଏହି ଶିବିରରେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ । ଏହି ସ୍ୱତନ୍ତ୍ର ଶିବିରରେ ଡା. ରାମ ଗୋପାଳ ପାଣିଗ୍ରାହୀ ଓ ଡା. ସୁରେନ୍ଦ୍ର ପ୍ରଧାନ ନିଯୁକ୍ତ ହୋଇ ମୋଟ ୭୪ ଜଣ ଆରୋଗ୍ୟ କୁଷ୍ଠ ରୋଗୀଙ୍କ ଭିନ୍ନକ୍ଷମ ପମାଣ ପତ୍ର ପାଇଁ ପରୀକ୍ଷା କରାଯାଇଥିଲା । ଶିବିରରେ ୫ ଜଣ ଦିତାଧିକାରୀଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଶିବିରରେ ଯୋଗ ଦେଇଥିବା ଏଲିମ୍‌କୋ ଭୁବନେଶ୍ୱରର ଅଧିକାରୀ ମୋଟ ୬୫ ଜଣ ହିତାଧିକାରୀଙ୍କ ବିଭିନ୍ନ ଉପକରଣ ପାଇବା ପାଇଁ ପଞ୍ଜିକରଣ କରିଥିଲେ । ଯାହାକି ପରବର୍ତ୍ତୀ ଶିବିରରେ ଉକ୍ତ ହିତାଧିକାରୀମାନଙ୍କ ମଧ୍ୟରେ ବଣ୍ଟନ କରାଯିବ । ଉପସ୍ଥିତ ହିତାଧିକାରୀମାନଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ସମ୍ପୃକ୍ତ କରାଯାଇଥିଲା । ଭ୍ରାମ୍ୟମାଣ ଚିକିତ୍ସା ସେବା ଦ୍ୱାରା ୬୦ ବର୍ଷରୁ ଅଧିକ ଆରୋଗ୍ୟ କୁଷ୍ଠ ରୋଗୀମାନଙ୍କୁ ମାଗଣାରେ ଔଷଧ ଯୋଗାଇ ଦିଆଯାଇଥିଲା । ଶିବିରରେ ପୁଇଁତଲା, ଗଇଁତଲା, ସୁଦପଡା, ଖୁଜେନପାଲି ଓ ଲୋଇସିଂହାର ଆରୋଗ୍ୟ କୁଷ୍ଠ ରୋଗୀମାନେ ଯୋଗ ଦେଇଥିଲେ । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ପୁଇଁତଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ କୁମରମଣି ସେଠ୍‌, ପୁଇଁତଲା ସରପଞ୍ଚ ଦେବକୀ ସେଠ୍‌, ଗଇଁତଲା ସରପଞ୍ଚ ସୁଷମା ନାଏକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ସ୍ନେହଲତା ସାହୁ, ଜିଲ୍ଲା କୁଷ୍ଠ ଅଧିକାରୀ ଡା. ସୁଧା ବାର୍ଲା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ, ପୁଇଁତଲା ସିଡିପିଓ ସୁଷମା ତ୍ରିପାଠୀ, ପୁଇଁତଲା ବିଡିଓ ଯୁଧିଷ୍ଠିର ନାୟକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କଳ୍ପନା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

18 − 1 =

error: Content is protected !!