pakka

ମିଥୁନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ

bbehera

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ଦୁର୍ଗାମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆଠାରେ ଆଜି ମିଥୁନ୍ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଆଜି ଉଦ୍‌ଘାଟିତ ହେଇଯାଇଛି । ଉଦଘାଟନୀ ଉତ୍ସବରେ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଏକ୍ସପର୍ଟ ସଦସ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଯୋଗଦେଇ ଉଭୟ ଦଳର ଖେଳାଳୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ ସହିତ ଉତ୍ତମ ଖେଳ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ । ସାକ୍ଷାତ ସମୟରେ ତାଙ୍କ ସହିତ ଯୁବ ନେତା ରଶ୍ମିରଂଜନ ପ୍ରହରାଜ, କମିଟି ତରଫରୁ ସାନ୍ତନୁ ସ୍ୱାଇଁ, ଅଙ୍କିତ ଦଣ୍ଡସେନା, ଦୁଷ୍ମନ୍ତ ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ । ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ପରେ ପ୍ରଥମ ତଥା ଉଦ୍‌ଘାଟନୀ ମ୍ୟାଚ ରେଖପୁର ଏବଂ ଗୌଡ଼ କର୍ଲାଖୁଣ୍ଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ୍ ଜିଣି ଗୌଡ଼ କର୍ଲାଖୁଂଟା ଫିଲ୍ଡିଂ ନେଇଥିବା ବେଳେ ରେଖପୁର ବ୍ୟାଟିଂ କରିଥିଲା । ନିର୍ଦ୍ଧାିରିତ ଓଭରରେ ରେଖପୁର ୧୦୫ ରନ୍ ସଂଗ୍ରହ କରିଥିବା ବଳେ ଜବାବରେ ଗୌଡ଼ କର୍ଲଖୁଣ୍ଟା ଦଳ ମାତ୍ର ୯୮ ରନ ସଂଗ୍ରହ କରି ପରାଜୟ ବରଣ କରିଥିଲେ । ଦ୍ୱିତୀୟ ମ୍ୟାଚ ଏବଂ ଶୁଣ୍ଢିପଡ଼ା ମଧ୍ୟରେ ହୋଇଥିଲା । ବାରବନ୍ଧା ଦଳ ୯୨ ରନ୍ ସଂଗ୍ରହ କରିଥିବା ବେଳେ ଶୁଣ୍ଢିପଡ଼ା ଦଳ ୪ ୱିକେଟ ବିନିମୟରେ ବିଜୟ ହାସଲ କରିଥିଲେ । ଠିକ୍‌ ସେହିପରି ତୃତୀୟ ମ୍ୟାଚଟି ତଳସାଗରପଡ଼ା ଏବଂ ଜକାବାହାଲି ମଧ୍ୟରେ ହୋଇଥିଲା । ଏଥିରେ ପ୍ରଥମେ ତଳସାଗରପଡ଼ା ବ୍ୟାଟିଂ କରି ୭୫ରନ୍ ସଂଗ୍ରହ କରିଥିବା ବେଳେ ୬ ୱିକେଟ ବିନିମୟରେ ଜକାବାହାଲି ଉପରୋକ୍ତ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ । ଆଜିର ମ୍ୟାଚରେ ଅମ୍ପେଆର ଭାବରେ ବୁନୁ ଏବଂ ପପୁ, ସ୍କୋରର ହାଡ଼ି ଧାରା ବିବରଣୀ ଜିତୁ ଭୋଇ ପ୍ରଦାନ କରିଥିଲେ । କମିଟି ତରଫରୁ ଶିବା, ଲିଟୁ ଏବଂ ଅନ୍ୟମାନେ ସମସ୍ତ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

sixteen − 9 =

error: Content is protected !!