pakka

ଗଞ୍ଜେଇ ବୋଝେଇ କାର୍ ଜବତ : ୧ ଗିରଫ

bbehera

ଗଜପତି : ଗଞ୍ଜେଇ ବୋଝେଇ କାର ଜବତ ହୋଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ ଗୁରୁବାର ସକାଳୁ ଗୋଟିଏ କାର୍‌ରେ ୫ କ୍ୱିଣ୍ଟାଲ ୨୦ କେଜି ଗଞ୍ଜେଇ ନେଇ ଯାଉଥିବା ସମୟରେ ଗୋସାଣୀ ବ୍ଲକ ଲିଙ୍ଗିପୁର ଗ୍ରାମ ନିକଟରେ ଧରିବାରେ ସକ୍ଷମ ହୋଇଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅବକାରୀ ବିଭାଗ । ଗୋଟିଏ କାର୍‌ରେ ଗଞ୍ଜେଇ ଚାଲାଣ ହେବା ନେଇ ବୁଧବାର କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ସୂଚନା ପାଇବା ପରେ ଅବକାରୀ ବିଭାଗ ୫ଟି ଟିମ୍ ଗଠନ କରି ଆନ୍ଧ୍ରକୁ ଯାଉଥିବା ୫ଟି ରାସ୍ତାରେ ଛକି ବସିଥିଲେ । ଅବକାରୀ ଟିମ୍ ଇଣ୍ଡିଗୋ ଗାଡିକୁ ଅଟକାଇ ଛାନ୍‌ଭିନ୍ କରିଥିଲା । ଏହି ସମୟରେ ବିପୁଳ ପରିମାଣର ଗଞ୍ଜେଇ ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା । ଘଟଣାରେ ୫ କ୍ୱିଣ୍ଟାଲ ୨୦ କେଜି ଗଞ୍ଜେଇ ଓ ଇଣ୍ଡିଗୋ ଗାଡି ସହ ଜଣେ ଗିରଫ ହୋଇଛନ୍ତି । ଗିରଫ ବ୍ୟକ୍ତି ଜଣଙ୍କ ମୋହନା ଅଞ୍ଚଳର ଶଶୀକାନ୍ତ ନାୟକ ବୋଲି ଖବର ମିଳିଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

2 + 2 =