p purohi

ଦକ୍ଷତା ବିକାଶ ତାଲିମ ଶିବିର

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲି ଗ୍ରାମସ୍ଥିତ ଭାଗବତ ଘରଠାରେ ରାମଜୀ ଯୁବକ ସଂଘ ଆନୁକୁଲ୍ୟରେ ସଂଘର ସମ୍ପାଦକ ଡ. ନାରାୟଣ ପ୍ରସାଦ ମିଶ୍ରଙ୍କ ଆହ୍ୱାନ କ୍ରମେ ମହିଳା ସ୍ୱୟଂ ସହାୟକ ଦଳର ସଭ୍ୟାମାନଙ୍କର ଏକ ତାଲିମ ଶିବିର ଅୟୋଜିତ ହୋଇଯାଇଛି । ୮ ଟି ସ୍ୱୟଂ ସହାୟକ ଦଳର ୫୫ ଜଣ ସଦସ୍ୟାଙ୍କୁ ନେଇ ହୋଇଥିବା ତାଲିମ ଶିବିରରେ ଅତିଥି ଭାବରେ ଯୋଗଦାନ କରି ରାମଜୀ ଯୁବକ ସଂଘର ବରିଷ୍ଠ ସଭ୍ୟ ରମେଶ ଚନ୍ଦ୍ର ନାଏକ ଶୁଭାରମ୍ଭ କରିଥିଲେ ଏବଂ ଅନ୍ୟତମ ବରିଷ୍ଠ ସଦସ୍ୟ ବିରଞ୍ଚି ସାଏ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ତାଲିମ ଶିବିରରେ ସାଧନ କର୍ମୀ ଭାବରେ ଯୋଗଦାନ କରି ରାମଜୀ ଯୁବକ ସଂଘର ପ୍ରକଳ୍ପ ସଂଯୋଜକ ଅଶୋକ କୁମାର ମେହେର ଅଂଶ ଗ୍ରହଣକାରୀ ମହିଳାମାନଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀର ଗଠନ ଏବଂ ଏହାର ପରିଚାଳନା ତଥା ଆବଶ୍ୟକ ନଥିପତ୍ର ପୂରଣ ଉପରେ ତାଲିମ ଦେବା ସହିତ ତାଙ୍କୁ ଆର୍ଥିକ ସାକ୍ଷରତା ଏବଂ ଆର୍ଥିକ ଅର୍ନ୍ତଭୂକ୍ତି ଉପରେ ବ୍ୟାପକ ଭାବରେ ବୁଝାଇଥିଲେ । ବିଭିନ୍ନ ସ୍ୱୟଂ ସହାୟକ ଦଳ ନେତ୍ରୀମାନଙ୍କ ମଧ୍ୟରୁ ରୁପକାନ୍ତି ତେଜୀ, ଗିତାଞ୍ଜଳୀ ପଟେଲ, ପଙ୍କଜିନୀ ସାହୁ, ରଶ୍ମିତା ମେଶ୍ୱା ତଥା ପ୍ରମୋଦିନୀ ପଟେଲ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଆହ୍ୱାନ କରିଥିଲେ ।

nrusinghnath
Leave A Reply

Your email address will not be published.