jayashree

ବଦଳିଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ, ହେଲେ ଯୁଗ୍ମ ସଚିବ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନଙ୍କ ବଦଳି ହୋଇଛି ।
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ନଂ ୩୪୪୬୬/ଏସ୍‌ସିଏସ୍‌ ଅନୁଯାୟୀ, ଓଏଏସ୍‌ (ଏସ୍‌) ଅଧିକାରୀ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କୁ ବଦଳି କରି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀମତୀ ପ୍ରଧାନଙ୍କ କାର୍ଯ୍ୟକାଳ ମଧ୍ୟରେ ଜିଲ୍ଲାରେ ରାଜସ୍ୱ ପ୍ରଶାସନ, ଅଭିଯୋଗ ଶୁଣାଣି ଓ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିଲେ । ସେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର, କ୍ରୀଡା ଓ ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଜିଲ୍ଲାପାଳଙ୍କ ଯୁଗ୍ମ ଶୁଣାଣି ଶିବିରରେ ମଧ୍ୟ ସେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗର ସମାଧାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଥିଲେ । ରାଜ୍ୟ ସରକାରଙ୍କ ଜନଗଣନା କାର୍ଯ୍ୟରେ ଶ୍ରୀମତୀ ପ୍ରଧାନ ସହର ତଥା ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ଘର ଘର ବୁଲି ଲୋକଙ୍କୁ ବୁଝାଇ ସଚେତନ କରି ଏ କ୍ଷେତ୍ରରେ ଜିଲ୍ଲାର ସଫଳତା ଓ କୃତିତ୍ୱ ହାସଲ କରିବାରେ ଉଲ୍ଲେଖନୀୟ ଭୂମିକା ରଖି ଥିଲେ । ସରକାରୀ ବେସରକାରୀ ଅନୁଷ୍ଠାନ ସହିତ ଜଡ଼ିତ ରହି ଶ୍ରୀମତୀ ପଧାନ ଜିଲ୍ଲାରେ ଜଣେ ବେଶ ପରିଚିତ ପ୍ରଶାସିକା ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ଶ୍ରଦ୍ଧା, ବ୍ୟବହାର, ମିଠା କଥା ଓ ଭଲ ପାଇବା ବି ସମସ୍ତଙ୍କ ପାଇଁ ଏକ ଆକର୍ଷଣ ଥିଲା । ରାଜ୍ୟ ସରକାରଙ୍କ ବଡ଼ ଧରଣର ପ୍ରଶାସନିକ ଅଦଳବଦଳର ଏହା ଏକ ଅଂଶ ହୋଇଥିବା ବେଳେ ତାଙ୍କ ସ୍ଥାନରେ ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବରେ ବୌଦ୍ଧ ଜିଲ୍ଲା ଏଡିଏମ୍‌ ଅନିରୁଦ୍ଧ ପ୍ରଧାନ ନିଯୁକ୍ତ ହେବେ ବୋଲି ଜଣାପଡିଛି ।

Leave A Reply

Your email address will not be published.