କଂଟାବାଂଜି ମହିଳା ସ୍ନାତକ ମହାବିଦ୍ୟାଳୟରେ ନୁଆ-ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ

  • ଶାରୀରିକ ମାନସିକ ବିକାଶ ପାଇଁ ସରକାରଙ୍କ ନୁଆ-ଓ କାର୍ଯ୍ୟକ୍ରମକୁ ଧନ୍ୟବାଦ ଜଣାଇଲେ ବିଧାୟକ ସାଲୁଜା

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ଦୀର୍ଘ ଏକ ମାସ ଧରି ଚାଲିଥିବା ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଯାଇଛି । ଗତ ନଭେମ୍ବର ମାସ ୩୦ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୨୮ତାରିଖ ଦିନ ମହାବିଦ୍ୟାଳୟ ପରିସରରେ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା (ମୁଖ୍ୟ ଅତିଥି), ମହାବିଦ୍ୟାଳୟ ପରିଚାଳନା ସଭାପତି ବୃନ୍ଦାବନ ନାଗ, କଂଟାବାଂଜି ମୁକୁନ୍ଦିଲାଲ ମହିଳା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ଭାରାପ୍ରାପ୍ତ ଅଧ୍ୟକ୍ଷ ରାଜେନ୍ଦ୍ର ପୂଜାହାରୀ(ସମ୍ମାନିତ ଅତିଥି), ନୋଡାଲ ଅଫିସର ଯୁଧିଷ୍ଠିର ବେହେରା ମଂଚାସିନ ଥିବା ବେଳେ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେନ୍ଦ୍ର ପୁରୋହିତ ସଭାର ଅଧ୍ୟକ୍ଷତା କରିଥିଲେ । ଦୀର୍ଘ ଏକ ମାସ ଧରି ଚାଲିଥିବା ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମଟିକୁ ସାଂସ୍କୃତିକ, କ୍ରୀଡା ଓ ସାମାଜିକ ୩ଟି ବିଭାଗରେ ବଂଟନ କରାଯାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଯୌତୁକ ପ୍ରଥା ଉଛେଦ ଅଭିଯାନ, ନାରୀଶିକ୍ଷା ଓ ବାଲ୍ୟ ବିବାହ ଉଛେଦ, ନିଶା ନିବାରଣ ଅଭିଯାନ ଭଳି କାର୍ଯ୍ୟକ୍ରମ କରାଯାଇଥିଲା । ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ଅନେକ ଯୋଜନା ମଧ୍ୟରେ ସଡକ ସୁରକ୍ଷା, ଜୀବନ ରକ୍ଷା, ଶ୍ରୀ ଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଶାସ୍ତ୍ରୀ ଛକରେ ସଫେଇ ଅଭିଯାନ, ବିଶ୍ୱ ଏଡ୍‌ସ ଦିବସ, ସ୍ୱାସ୍ଥ୍ୟ ଶିବିର, ପ୍ଲାଷ୍ଟିକ ବର୍ଜନ ଭଳି ସଚେତନତା କାର୍ଯ୍ୟକ୍ରମ କଂଟାବାଂଜି ସହର ଉପକଂଠସ୍ଥ ସର୍ଗିଗୁଡା, କୁକୁଡାହାଡ, ବାନ୍ଧନପାଲି ଭଲି ଗ୍ରାମାଂଚଳରେ ଅନୁଷ୍ଠିତ ହୋଇଯାଇଛି । କ୍ରୀଡା କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସମସ୍ତ ୩ ଗୋଟି ବିଭିନ୍ନ କାର୍ଯ୍ୟକ୍ରମର ଶତାଧିକ କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ସାଲୁଜା ଏବଂ ସମ୍ମାନିତ ଅତିଥି ଶ୍ରୀ ନାଗ ପୁରସ୍କୃତ କରିବା ସହିତ ସମାଜ କ୍ଷେତ୍ରରେ ଅଂଚଳର ନିରନ୍ତ୍ର ସେବା ଯୋଗାଇଥିବା ଖବରଦାତା ଗୁରୁଦୟାଲ ହଂସ, ପୁଷ୍ପକେତୁ ବେହେରା, ବିମଲ କୁମାର ଦାସ, ମନୋଜ ଶର୍ମା, ସୁରଦାସ ବାଗଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ବିଧାୟକ ସାଲୁଜା ନିଜ ବକ୍ତବ୍ୟରେ ଶାରିରୀକ, ମାନଶିକ ବିକାଶ ପାଇଁ ଓଡିଶା ସରକାରଙ୍କ ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଓଡିଶାର ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ କରୁଥିବାରୁ ସାଧୁବାଦ ଜଣାଇବା ସହିତ ଅଂଶିକା ପାଠକ ସବ୍‌ ଡିଭିଜିନାଲ ସ୍ତରରୁ ଜିଲ୍ଲାସ୍ତରକୁ ଚିତ୍ରାଙ୍କନ ପ୍ରତିଯୋଗିତାରେ ମନୋନିତ ହୋଇଥିବାରୁ ବିଧାୟକ ସାଲୁଜା ଏବଂ ଅଧ୍ୟକ୍ଷ ପୁରୋହିତ ଧନ୍ୟବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମଟିକୁ ମହାବିଦ୍ୟାଳୟର ଅଧ୍ୟାପକ ସୋମନାଥ ମେହେର, ଜିତେନ୍ଦ୍ର ସୁନା, ରଶ୍ମିରଶ୍ମିତା ମେହେର, ରିପୋନିତା ପ୍ରଧାନ, ରାଜୀବ ମେହେର, କଲ୍ୟାଣି ମେହେର, ନିରବତି ପ୍ରଧାନ ସହ ଅନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.

eighteen − eleven =