jayashree

ଇସ୍ପାତ ସେଣ୍ଟ୍ରାଲ ମାର୍କେଟ ବଣିକ ସଂଘର ସାଧାରଣ ଜରୁରୀ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରର ଆମ୍ବାଗାନରେ ଥିବା ଇସ୍ପାତ ସେଣ୍ଟ୍ରାଲ ମାର୍କେଟ ବଣିକ ସଂଘର ଏକ ସାଧାରଣ ଜରୁରୀ ବୈଠକ ଆଜି ସେକ୍ଟର-୫ ସ୍ଥିତ ଆଶୀର୍ବାଦ ମଣ୍ଡପ ଠାରେ ସଂଘର ପୂର୍ବତନ ସଭାପତି ଶଙ୍କର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଆରମ୍ଭରେ ଇସ୍ପାତ ସେଣ୍ଟ୍ରାଲ ମାର୍କେଟ ବଣିକ ସଂଘର ପୂର୍ବତନ ସଭାପତି ଶଙ୍କର ଜେନା ମାର୍କେଟ କମିଟି ବିଷୟରେ ସୂଚନା ଦେଇ କହିଥିଲେ ଯେ, ପୂର୍ବରୁ ଥିବା କମିଟିରେ ତିନିଜଣ କର୍ମକର୍ତ୍ତା ଥିଲାବେଳେ, ସେଥିମଧ୍ୟରୁ କୋଷାଧ୍ୟକ୍ଷ ଥିବା ଶ୍ୟାମସୁନ୍ଦର ସ୍ୱାଇଁ ପ୍ରାୟ ବର୍ଷେ ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିବାରୁ ମାର୍କେଟ କମିଟିର ପୁନଃ ନିର୍ବାଚନ ହେବାର ସମୟ ଆସିଛି । ସେହିପରି ପୂର୍ବ କମିଟି ୩ ବର୍ଷ ପୂରଣ କରିଥିବାରୁ, ନୂଆ କମିଟି ପାଇଁ ନିର୍ବାଚନର ଆବଶ୍ୟକତା ରହିଛି । ଏଥିସହିତ ତିନୋଟି ବିଷୟରେ ଆଲୋଚନା ହେବାକୁ ସ୍ଥିର କରାଯାଇଛି । ପ୍ରଥମରେ ମାର୍କେଟରେ ଥିବା ଦୋକାନୀଙ୍କ ମାଲିକାନାକୁ ନେଇ ତୃତୀୟ ପକ୍ଷ ମାଲିକାନା ହସ୍ତାନ୍ତର, ଦ୍ୱିତୀୟରେ ଯେଉଁ ଦୋକାନୀମାନେ ସ୍ଥିତାବସ୍ଥା ଯୋଗୁଁ ବସି ରହିଛନ୍ତି, ସେମାନଙ୍କୁ ସେଥିରୁ ମୁକୁଳାଇ ଥଇଥାନ କରାଇବା, ତୃତୀୟରେ ମାର୍କେଟ ପରିସରରେ ନମାଜ ପଢିବା ପାଇଁ ସ୍ଥାନ ନିରୂପଣ ହୋଇସାରିଥିବା ବେଳେ ବର୍ତ୍ତମାନ ନିର୍ମାଣଧୀନ ଥିବା ରାଧାକୃଷ୍ଣ ମନ୍ଦିର ନିର୍ମାଣ, ତାହା କିପରି ଭବ୍ୟ ମନ୍ଦିର ହୋଇପାରିବ ଏବଂ ହନୁମାନ ମନ୍ଦିର ନିର୍ମାଣ ପାଇଁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ପୂର୍ବରୁ ଥିବା କମିଟିରେ ଶ୍ୟାମସୁନ୍ଦର ସ୍ୱାଇଁ କୋଷାଧ୍ୟକ୍ଷ ଥିଲେ । ସେ ବ୍ୟକ୍ତିଗତ କାରଣ ଦେଖାଇ ପ୍ରାୟ ବର୍ଷେ ପୂର୍ବରୁ ଇସ୍ତଫା ଦେଇଥିଲେ । ଅନ୍ୟପକ୍ଷରେ କମିଟିରେ ଅନ୍ୟ ଦୁଇ ଜଣ ତିନି ବର୍ଷ ମଧ୍ୟରେ କୌଣସି ସାଧାରଣ ବୈଠକ ଡକାଇ ନଥିବାରୁ ଓ ମାର୍କେଟର ସର୍ବାଙ୍ଗୀନ ଉନ୍ନତି ପାଇଁ ଏକ ସର୍ବସମ୍ମତିକ୍ରମେ ନିର୍ବାଚନ କରାଯାଇ କମିଟି ସ୍ଥିର କରାଯାଇ ମାର୍କେଟ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବା ଦରକାର ବୋଲି ମତ ରଖିଥିଲେ । ଅର୍ଥାତ୍ ବ୍ୟବସାୟୀକ ସଂଘର ପୁନଃ ନିର୍ବାଚନ ହେବାର ଆବଶ୍ୟକତା ରହିଛି । ପୂର୍ବରୁ କମିଟି ତରଫରୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହେଉଥିବା ବେଳେ ଏବେ ତାହା ସମ୍ପୂର୍ଣ୍ଣ ଠପ୍ ପଡ଼ିଛି । ପୂର୍ବ କମିଟିର ଅପାରଗତା ପାଇଁ ବିଗତ ୩ ବର୍ଷ ମଧ୍ୟରେ ମାର୍କେଟର କୈ।ଣସି ଆଖିଦୃଶିଆ କାର୍ଯ୍ୟକ୍ରମ ହୋଇନାହିଁ କି ସାଧାରଣ ବୈଠକ ଟିଏ ହୋଇନାହିଁ । ତେବେ ପୂର୍ବତନ କମିଟି ତଥା କିଛି ନୂତନ ସଦସ୍ୟ ସମ୍ପ୍ରତି ରାଜ୍ୟସଭା ସାଂସଦ ଦିଲୀପ ରାୟଙ୍କୁ ଭେଟି ମାର୍କେଟର ଥିବା ସମସ୍ୟା ସମ୍ପର୍କରେ ଅବଗତ କରାଇବାରୁ, ସେ ଏହାକୁ ଆସନ୍ତା ଜୁଲାଇ ମାସରେ ଆର୍‌ଏସ୍‌ପିର କତ୍‌ର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ସୂଚନା ଦିଆଯାଇଛି । ଏହି ସାଧାରଣ ଜରୁରୀ ବୈଠକରେ ପୂର୍ବତନ ସଭାପତି ଶଙ୍କର ଜେନା, ଭଗବାନ ବିଶ୍ୱାଳ, ମୂରଲୀଧର ମିଶ୍ର, ମୂରଲୀଧର ପାଣିଗ୍ରାହୀ, ଶ୍ୟାମସୁନ୍ଦର ସ୍ୱାଇଁ, ଦୀନବନ୍ଧୁ ନାୟକ, କୂଳମଣି ଧଳ, ରାମବୀର ପ୍ରସାଦ, ନଳୀନି ସାହୁ, ସରୋଜ ଖଟୁଆ, ହିମାଂଶୁ ପରିଡ଼ା ପ୍ରମୁଖ ନିଜ ନିଜର ବକ୍ତବ୍ୟରେ କହିଥିଲେ ଯେ, ଇସ୍ପାତ ସେଣ୍ଟ୍ରାଲ ମାର୍କେଟ ବଣିକ ସଂଘର ପୁନଃ ନିର୍ବାଚନ ହେଲେ, ଏସବୁ ସମସ୍ୟାର ସମାଧାନ ହୋଇପାରିବ । ଶେଷରେ ଚଞ୍ଚଲ ମାଇତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ବିଜୟ ତ୍ରିପାଠୀ, ଅରବିନ୍ଦ ପରିଡ଼ା, ଅମର ପ୍ରସାଦ, ପେସ୍କାର ସିଂ, ମାନସ ରଞ୍ଜନ ଦାସ, ଜ୍ଞାନ ସିଂ, ଅଜୟ ବେହେରା, ରାମପ୍ରିତ, ଅନୱର ଅଲ୍ଲୀ, ଚିତ୍ତରଞ୍ଜନ ବିଶ୍ୱାଳ, ଅବଦୁଲ ଖାଲିଦ, ଅନନ୍ତ ସାହୁ, ପାରେଶ୍ୱର ଦାସ ପ୍ରମୁଖ ଉପସ୍ଥିତ ଥିବା ପ୍ରାୟ ୨୦୦ର ଅଧିକ ବ୍ୟବସାୟୀ ଏହାକୁ ସମର୍ଥନ କରିଥିଲେ ।

Leave A Reply

Your email address will not be published.