om academy

ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ

jsm

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେଂଦେଇପଶି ଅଞ୍ଚଳରେ ମଦ ଓ ମଦୁଆଙ୍କ ପ୍ରାଦୁର୍ଭାବ ବଢି ଚାଲିଛି । ଏହାର ପ୍ରତିବାଦରେ କେଂଦେଇପଶି ପଞ୍ଚାୟତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଶତାଧିକ ମହିଳା ଶୋଭାଯାତ୍ରାରେ ଯାଇ ଅସ୍ଥାୟୀ ଘରେ ନିଆଁ ଲଗାଇବା ସହିତ ନାନା ନାରାବାଜି କରିଥିଲେ ।

ଶୋଭାଯାତ୍ରାରେ ବାହାରି ମହିଳାମାନେ ମଦ ବିରୋଧୀ ପ୍ଲା କାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ସ୍ଥାନୀୟ ଗ୍ରାମ ପରିକ୍ରମା କରିଥିଲେ । କେଂଦେଇପଶି ଛକରୁ ବାହାରି ମହିଳାମାନେ କାଶୀପୁର, ଖୁଣ୍ଟାପଡ଼ା ଦେଇ ହନୁମାନ ଛକରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଲେ । ପରେ ବେଆଇନ ମଦ ବିକ୍ରି ହେଉଥିବା ଅସ୍ଥାୟୀ ଘର ଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ । ଏହି ପଞ୍ଚାୟତର ବିଭିନ୍ନ ଗ୍ରାମରେ ବେଆଇନ ମଦ କାରବାର ହେଉଥିବା ମହିଳା ମାନେ ଅଭିଯୋଗ କରିଛନ୍ତି ।

ମଦ କାରବାର ବୃଦ୍ଧି ପାଉଥିବାରୁ ଅଞ୍ଚଳର ଯୁବ ସମାଜ ପଥଭ୍ରଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି । ଅନେକ ପରିବାର ବରବାଦ ହେଇଯାଉଛି । ଅପରାଧିକ କାର୍ୟ୍ୟକଳାପ ବୃଦ୍ଧି ପାଉଛି । ଯୁବଗୋଷ୍ଠୀ ମଦ ପିଇ ଅଶୋଭନୀୟ ଆଚରଣ କରୁଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି । ମହିଳା ଗୋଷ୍ଠୀର ଶତାଧିକ ମହିଳାଙ୍କ ସମେତ ଲୋକ ପ୍ରତିନିଧି ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ । ଏହି ମହିଳାମାନେ ମଦ କାରବାର ବନ୍ଦ କରିବା ପାଇଁ କେଂଦେଇପଶି ସରପଞ୍ଚ ଓ ସ୍ଥାନୀୟ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ଏହି ଅଂଚଳରୁ ମଦ କାରବାର ବନ୍ଦ କରା ନଗଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଆନ୍ଦୋଳନକାରୀ ମହିଳାମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

four × one =