ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଗଲା ବସ୍

ଭୁବନେଶ୍ୱର : ସୋମବାର ସକାଳ ପ୍ରାୟ ୫ଟା ବେଳେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ସର୍ଭିସ୍ ରୋଡ୍‌ରେ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଯାଇଛି। ବସ୍‌ ଚାଳକ ଭାରସାମ୍ୟ ହରାଇ ଏକ କଲଭର୍ଟରେ ଧକ୍କା ଦେବାରୁ ବସ୍‌ରେ ନିଆଁ ଲାଗି ଯାଇଥିଲା । ଏହି ଅଘଟଣରେ ୭ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ନଷ୍ଟ ହୋଇଯାଇଛି ।

ସୂଚନାନୁସାରେ, ଫୁଲବାଣୀରୁ ଭୁବନେଶ୍ବର ଆସିଥିବା ‘ଲଳିତା’ ବସ୍‌ (ଓଡି୦୩ସି୨୫୮୮) କଲଭର୍ଟ ବାଡ଼ରେ ପିଟି ହୋଇଯାଇଥିଲା । ଫଳରେ ବସ୍‌ରେ ଥିବା ୨୫ ଯାତ୍ରୀ ଅଳ୍ପବହୁତ ଆହତ ହୋଇଥିଲେ । କିନ୍ତୁ ଏହି ଧକ୍କା ଯୋଗୁଁ ସର୍ଟ ସର୍କିଟ୍‌ ହୋଇଯାଇଥିଲା ଓ ବସ୍‌ରେ ନିଆଁ ଲାଗି ଯାଇଥିଲା । ଯାତ୍ରୀମାନେ ଜୀବନ ବିକଳରେ ଝରକା ବାଟ ଦେଇ ଓହ୍ଲାଇବା ବେଳେ ଖଣ୍ଡିଆଖାବରା ହୋଇଥିଲେ । ଖବର ପାଇ ଖଣ୍ଡଗିରି ଓ ଭରତପୁର ଥାନା ପୁଲିସ ସମେତ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୁଲିସ ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିବା ବେଳେ ଦମକଳ ବାହିନୀ ନିଆଁ ଲିଭାଇଥିଲା । କିଛି ଯାତ୍ରୀ ନିଜ ନିଜର ଜିନିଷପତ୍ର ନେଇ ଆସିଥିବା ବେଳେ ବହୁ ଯାତ୍ରୀଙ୍କ ଜିନିଷପତ୍ର ପୋଡ଼ି ଯାଇଥିଲା ।

Leave A Reply

Your email address will not be published.

3 × 4 =