ଚିତିସାପ କାମୁଡ଼ାରେ ମହିଳା ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦୁଝର ସଦର ଥାନା ହାଣ୍ତିଭଙ୍ଗା ପଞ୍ଚାୟତ କାଠବାଉଁଶୁଳି ଗ୍ରାମରେ ଚିତିସାପ କାମୁଡ଼ାରେ ସ୍ବର୍ଗତ ଗର୍ଖା ମୁଣ୍ତାଙ୍କ ସ୍ତ୍ରୀ କୁନି ମୁଣ୍ତା (୪୫)ଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ କୁନି ରାତିରେ ଘରେ ଶୋଇଥିବା ସମୟରେ ତାଙ୍କୁ ଏକ ଚିତିସାପ କାମୁଡ଼ି ଥିଲା । ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲ‍ନ୍ସରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.

1 + 10 =