jsm

ନବନିର୍ବାଚିତ ସରପଞ୍ଚମାନଙ୍କ ନିମନ୍ତେ ପାଞ୍ଚ ଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

csstore

ନବରଙ୍ଗପୁର : ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ସହାୟତାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନବନିର୍ବାଚିତ ସରପଞ୍ଚମାନଙ୍କ ନିମନ୍ତେ ପାଞ୍ଚ ଦିନିଆ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର ସଭାଗୃହରେ ମାନ୍ୟବର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁଙ୍କ ଉପସ୍ଥିତିରେ ପ୍ରଥମ ପର୍ଯ୍ୟାୟରେ ନନ୍ଦା ହାଣ୍ଡି, ଡ଼ାବୁଗାଁ ଓ କୋଷାଗୁମୁଡା ବ୍ଲକର ସରପଞ୍ଚମାନଙ୍କୁ ନେଇ ଶୁଭାରମ୍ଭ କରାଯାଇଛି । ତା ୦୪.୦୭.୨୦୨୨ ରିଖ ଠାରୁ ତା ୦୮.୦୭.୨୦୨୨ ରିଖ ଯାଏ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିବ । ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ ଦିବସରେ ଜିଲ୍ଲାପାଳ ଡକ୍ଟର ମିଶ୍ର ନବନିର୍ବାଚିତ ସରପଞ୍ଚମାନେ ସକ୍ରିୟ ଭାବରେ ପ୍ରିଶିକ୍ଷଣ ଶିବିରରେ ଭାଗନେଇ ନିଜେ ସଶକ୍ତ ହୋଇ ନିଜର ପଞ୍ଚାୟତକୁ ସଶକ୍ତ କରିବାରେ ସହାୟକ ହେବା ପାଇଁ ପରାମର୍ଶ ଦେଇଛନ୍ତି ।

ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ତାଲିମଦାତା ସନ୍ତୋଷ କୁମାର ଷଡ଼ଙ୍ଗୀ ଓ ହବିବ ମହମ୍ମଦ ସରପଞ୍ଚମାନଙ୍କୁ ତାଲିମ ଦେବା ସହିତ ଏହି ପାଞ୍ଚ ଦିନିଆ ପ୍ରାରମ୍ଭିକ ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ସେମାନଙ୍କ ବିଭାଗୀୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚଳିତ ମାସ ଶେଷ ସୁଦ୍ଧା ପର୍ଯ୍ୟାୟ କ୍ରମେ ଜିଲ୍ଲାର ସମସ୍ତ ବ୍ଲକରେ ସରପଞ୍ଚମାନଙ୍କୁ ଦିଆଯିବ ବୋଲି ଜିଲ୍ଲା ପରିଷଦର ଏପିଡି ଧର୍ମ ନାରାୟଣ ସାହୁ ପ୍ରକାଶ କରିଛନ୍ତି ।

yuvodaya
Leave A Reply

Your email address will not be published.