କୋରୋନା ମୁକ୍ତ ଯୁବଗୋଷ୍ଠୀଙ୍କ ପରବର୍ତ୍ତୀ ସମସ୍ୟା ଓ ତାର ସମାଧାନ ଶୀର୍ଷକରେ ଆଲୋଚନା ଚକ୍ର

ଟିଟିଲାଗଡ, (ଗୌରବ ଦର୍ଜୀ) : କୋରୋନା ମୁକ୍ତ ଯୁବଗୋଷ୍ଠୀଙ୍କ ପରବର୍ତ୍ତୀ ସମସ୍ୟା ଓ ତାର ସମାଧାନ ଶୀର୍ଷକରେ ଏକ ନବସଂଚାର ମାଧ୍ୟମରେ ଆଲୋଚନା ଚକ୍ର ଟିଟିଲାଗଡ ଡିଏଭି ସ୍ୱୟଂଶାସିତ ମହାବିଦ୍ୟାଳୟ ଏନ୍ଏସଏସ ତରଫରୁ ଆୟୋଜିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ଏନଏସଏସ କାର୍ୟ୍ୟକ୍ରମ ଅଧିକାରୀ ଅଧ୍ୟାପିକା ବନ୍ଦନା କର ସ୍ୱାଗତ ଭାଷଣ ଦେଇ ସଭା ପରିଚାଳନା କରିଥିଲେ । ଏନଏସଏସର ରାଜ୍ୟ ସଂଯୋଜକ ନୀରଦ ବରନ ଖୁଣ୍ଟିଆ ମୁଖ୍ୟଅତିଥି ଜିଲ୍ଲା କାର୍ୟ୍ୟକ୍ରମ ଅଧିକାରୀ ହେମନ୍ତ ମଲ୍ଲିକ ସମ୍ମାନିତ ଅତିଥି ଓ ସିନ୍ଧେକେଲା କ୍ଲଷ୍ଟର ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରମୋଦ କୁମାର ବାରିକ ମୁଖ୍ୟବକ୍ତା ଭାବରେ ଯୋଗଦେଇ କୋଭିଡ ସଚେତନତା ଓ କୋଭିଡ ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟାର ପରିଚାଳନା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ନବସଂଚାର ଆଲୋଚନାରେ ବହୁ ଛାତ୍ରଛାତ୍ରୀଙ୍କ ସମେତ ଡିଏଭି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାବୃନ୍ଦ ଯୋଗ ଦେଇଥିଲେ ।

Leave A Reply

Your email address will not be published.

5 − 3 =