ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀର ମୃତ୍ୟୁ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ସହର ଦେଶିଲ ଗ୍ରାମ ନିକଟରେ ମୁଖ୍ୟ ରାଜପଥରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଦର୍ଲୋ ଗ୍ରାମର ଚିତ୍ର ବାଗଙ୍କ ପୁଅ ଉତ୍ତମ ବାଗ (ବୟସ ୧୬) ବୋଲି ଜଣାପଡିଛି । ସେ ପେଣ୍ଡରାପଦର ଏକ ଏକୋଇଶିଆ ଉତ୍ସବରେ ଯୋଗ ଦେଇ ହିରୋ ଏଚଏଫ୍ ଡିଲକ୍ସ ( ଗାଡ଼ି ନମ୍ବର ସିଜି ୦୭ ୬୩୦୨) ରେ ଫେରୁଥିବା ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ୧୦୮ ଆମ୍ବୁଲାନ୍ସ ଯୁବକ ଜଣକୁ ଟିଟିଲାଗଡ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲା । ଡାକ୍ତର ବଳରାମ ସାହୁ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଟିଟିଲାଗଡ ପୋଲିସ ଖବର ପାଇ ଡାକ୍ତରଖାନାକୁ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୋଲିସ ତଦନ୍ତରୁ ମୃତ ବ୍ୟକ୍ତିଙ୍କ ପରିଚୟ ଜାଣିବା ପରେ ତାଙ୍କ ପରିବାର ବର୍ଗଙ୍କୁ ଖବର ଦେଇଥିଲେ । ଖବର ପାଇ ମୃତ ଉତ୍ତମଙ୍କ ବାପା ମା’ ଓ କାକା ଡାକ୍ତରଖାନାରେ ପହଞ୍ଚିଥିଲେ । ଟିଟିଲାଗଡ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କଲାପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବା ବୋଲି ସୂଚନା ରହିଛି ।

Leave A Reply

Your email address will not be published.

4 + five =