ପଶ୍ଚିମ ଓଡ଼ିଶା ତୈଲିକ ସାହୁ ସମାଜର କବିତା ଆସର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରବିବାର ଦିନ ଭର୍‌ଚୁଆଲ୍ ମାଧ୍ୟମରେ ପଶ୍ଚିମ ଓଡ଼ିଶା ତୈଲିକ ସାହୁ ସମାଜ ତରଫରୁ ଏକ ବହୁଭାଷୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କବି ନକୁଲ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବଲାଙ୍ଗିର ଜିଲ୍ଲା ତୈଲିକ ସାହୁ ସମାଜର ସଭାପତି ସଂଗଠକ ମୋତିଲାଲ୍ ସାହୁ ମୁଖ୍ୟ ଅତିଥି, ଅନୁପ ସାହୁ ଓ ରାଜକୁମର୍ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ସାହିତ୍ୟ ପ୍ରେମୀ ବନମାଳୀ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ କବି କୁଳମଣି ସାହୁ ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ । କବି ବିର ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଆସରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବହୁ କବି ଓ କବୟିତ୍ରୀ ଯୋଗ ଦେଇ ସେମାନଙ୍କ ସ୍ୱରଚିତ କବିତା ପଠନ କରିଥିଲେ । ସମସ୍ତ କାର୍ଯ୍ରକ୍ରମକୁ ଯୁବ କବି ଅର୍ଜୁନ କୁମାର ସାହୁ ସଂଯୋଜନା କରିଥିବା ବେଳେ କବି ବୈରାଗୀ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.

fourteen + 1 =