ଗଛ ଲଗାଇଲେ ସଚେତନ ନାଗରିକ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ପାଟଣାଗଡ ବ୍ଲକ ଅନ୍ତର୍ଗତ ଫଟାମୁଣ୍ଡା ପଞ୍ଚାୟତ ଅଞ୍ଚଳର କିଛି ସଚେତନ ନାଗରିକ ପାଣ୍ଡେସରା ଗ୍ରାମରେ ଥିବା ଛୋଟ ପାହାଡରେ ଆଜି କିଛି ଗଛ ଲଗାଇବା ସହିତ ୫୦୦ଟି ବିଭିନ୍ନ ପ୍ରକାର ମଞ୍ଜି( ନିମ୍ବ, ଆମ୍ବ, ଜାମୁକୋଳି, ତେନ୍ତୁଳି) ପୋତିଛନ୍ତି । ଏବେ ବର୍ଷା ସମୟ ଆସିଯାଇଛି । ସମସ୍ତ ମଞ୍ଜିରୁ ଗଛ ନିଶ୍ଚିତ ହେବ ବୋଲି ଆଶା । ଆଗକୁ ସବୁ ପାହାଡରେ ମଞ୍ଜି ପକାଇବା ପାଇଁ ଚେଷ୍ଟିତ । ମଞ୍ଜି ପକାଇବାର ମୂଳ ଲକ୍ଷ୍ୟ ଗଛ ବଡ଼ ହେଲେ ମଣିଷ ସମାଜ ସହିତ ସମସ୍ତ ପଶୁ ପକ୍ଷୀଙ୍କୁ ଫଳ ଏବଂ ଫୁଲ ସହିତ ଅମ୍ଳଜାନ ପ୍ରଦାନ କରିବ । ତେଣୁ ସମସ୍ତେ ଆହୁରି ଗଛ ଲଗାଇବାକୁ ଚେଷ୍ଟା କରୁଛୁ ବୋଲି ସମାଜସେବୀ ଉମେଶ ବିଶି କହିଛନ୍ତି । ଏଠାରେ ରବି ଭୁଏ, ସୌରଭ ଦାସ, ରଞ୍ଜନ ଭୁଏ, ପ୍ରକାଶ ଭୁଏ, ସୁବ୍ରତ ପଣ୍ଡା, ଦୀପକ ବାଗ, ପୁରନ ଭୁଏ, ବିମ୍ବାଧର ପୋଡ଼ ଆଦି ଉପସ୍ଥିତ ଥିଲେ । ଏହା ଦେଖି ଅଞ୍ଚଳରେ ପ୍ରଶଂସାର ସୁଅ ଛୁଟୁଛି ।

Leave A Reply

Your email address will not be published.

eleven + 20 =