ଭାରସାମ୍ୟ ହରାଇ ଶିଶୁକୁ ପିଟିଲା ପିକଅପ୍ : ଦୁର୍ଘଟଣାରେ ଶିଶୁ ଆହତ ଚାଳକ ଫେରାର

ଟିଟିଲାଗଡ, (ଗୌରବ ଦର୍ଜୀ) : ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁର୍ଘଟଣା । ଡ୍ରାଇଭିଂ ଲାଇସେନ୍ସ ନଥିବା ଚାଳକ ମାନେ ଚଳାଉଛନ୍ତି ଗାଡି । ୧୮ ବର୍ଷରୁ କମ ବୟସର ପିଲା ମାନେ ମଧ୍ୟ ଗାଡି ଚଳାଉଥିବା ଦେଖିବାକୁ ମିଳୁଛି । ତାହା ପୁଣି ଦୃତ ଗତିରେ । ଯାହା ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟିବା ସହ ଅନେକଙ୍କ ଧନହାନୀ ସହ ଜୀବନ ହାନୀ ମଧ୍ୟ ହେଉଛି । ସେହିପରି ଆଜି ମଧ୍ୟ ଦେଖିବାକୁ ମିଳିଛି ଏକ ଦୁର୍ଘଟଣା । ଏକ ମହିନ୍ଦ୍ରା ପିକ ଅପ୍ ଗାଡି (ଗାଡି ନମ୍ବର ଓଡି ୦୩ ଏସ ୪୫୫୧) ଟିଟିଲାଗଡ ସହର ଦେବନ୍ଦପଡ଼ାରେ ଶିବ ମନ୍ଦିର ପଟରୁ ମୁଖ୍ୟ ରାସ୍ତାରେ ଆସି ପଡ଼ା ମଧ୍ୟରେ ଥିବା ରାସ୍ତାକୁ ଗାଡି ବୁଲାଇ କାଟୁଥିବା ବେଳେ ଭାରସାମ୍ୟ ହରାଇ ଗୋଟିଏ ବାଇକ ଆରୋହୀ, ଗୋଟିଏ ଛୋଟ ଝିଅ ଓ ଗୋଟିଏ ଠେଲାକୁ ଆଘାତ କରିଛି । ବାଇକ ଆରୋହୀ ସାମାନ୍ୟ ଆହତ ହୋଇଥିବା ବେଳେ ଛୋଟ ଝିଅଟି ଗୁରୁତର ଆହତ ହୋଇଛି । ସ୍ଥାନୀୟ ଲୋକେ ଓ ଝିଅର ମା’ ତୁରନ୍ତ ଡାକ୍ତରଖାନାକୁ ନେଇଥିବା ବେଳେ ଗାଡି ଚାଳକ ଘଟଣାସ୍ଥଳରୁ ଫେରାର ମାରିଛି । ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁସାରେ ଗାଡି ଚାଳକ ଜଣେ ନାବାଳକ ପରି ଜଣା ପଡୁଥିବା ବେଳେ ସହରରେ ଅନେକ ଦୁର୍ଘଟଣା ନାବାଳକ ଚାଳକଙ୍କ ପାଇଁ ହେଉଥିବା ଆଲୋଚନା ହେଉଛି । ଖବର ପାଇ ଟିଟିଲାଗଡ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ନାବାଳକ ଚାଳକଙ୍କୁ ଆୟତ୍ତ କରିବା ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ବେଳେ ନାବାଳକ ଚାଳକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି ।

Leave A Reply

Your email address will not be published.

one × four =