କେନ୍ଦ୍ରୀୟ ବୋଙ୍ଗୋପ ସାଗରରେ ଲଘୁଚାପ : ଆଜି ଓଡିଶାର ୧୩ ଜିଲ୍ଲା ଭିଜୁଛି

ଭୁବନେଶ୍ୱର : କେନ୍ଦ୍ରୀୟ ବୋଙ୍ଗୋପ ସାଗରରେ ଲଘୁଚାପ ଯୋଗୁଁ ଭିଜୁଛି ଓଡ଼ିଶା । ଗତ କାଲିଠୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିଛି । ଆଜି ରାଜ୍ୟର ୧୩ ଟି ଜିଲ୍ଲାରେ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେଗୁଡିକ ହେଲା କଟକ, ଭଦ୍ରକ, ସମ୍ବଲପୁର, ବାଲେଶ୍ଵର, ଦେବଗଡ଼, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ସୁନ୍ଦରଗଡ଼ । ଜିଲ୍ଲାମାନଙ୍କୁ ୟେଲୋ ୱର୍ଣ୍ଣିଂ ଜାରି କରାଯାଇଛି ପାଣିପାଗ ବିଭାଗ ପକ୍ଷରୁ । ତେବେ ଆସନ୍ତା କାଲି ଓଡ଼ିଶାର ସମସ୍ତ ଜିଲ୍ଲାରେ ବର୍ଷାର ପରିମାଣ ବଢିବ । ପ୍ରାୟତଃ ଓଡ଼ିଶାର ସମସ୍ତ ଜିଲ୍ଲାରେ ବର୍ଷା ହେଇପାରେ । ସେଥିପାଇଁ ମ‌ତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମଧ୍ୟ ସତର୍କ ସୂଚନା ଦେଇଛନ୍‌ନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

Leave A Reply

Your email address will not be published.