ସଫେଇ ଓ ସଚେତନତା କାର୍ଯ୍ୟକ୍ରମ

ତୁଷୁରା, (ଅଜିତ କୁମାର ସାହୁ) : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଶୁକ୍ରବାର ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର୍ ଶାସ୍ତ୍ରୀଙ୍କ ଜୟନ୍ତୀ ଓ ଅନ୍ତର୍ଜାତୀୟ ଅହିଂସା ଦିବସ ଉପଲକ୍ଷେ ଫିଟ ଇଣ୍ଡିଆ ସଫେଇ ଓ ସଚେତନତା ସଫେଇ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଫେଇ ଓ ସଚେତନତା କାର୍ଯ୍ୟକ୍ରମରେ ତୁଷୁରା ଏନଏସିର ଏମଆଇଏସ ତାରାକାନ୍ତ ତ୍ରିପାଠୀଙ୍କ ଦ୍ୱାରା ଏକ ଯୋଗ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ ସହ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ମନ୍ଦିର ପରିସର ସଫେଇ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ ଦୁଇ ସଫେଇ ଓ ସଚେତନତା କାର୍ଯ୍ୟକ୍ରମରେ ତୁଷୁରା ତହସିଲଦାର ଚନ୍ଦ୍ରମଣୀ ନାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱଚ୍ଛତା ଓ କିପରି ଆମେ ଫିଟ ରହିବା ତଥା ଯୋଗକୁ ଗୁରୁତ୍ୱ ଦେଇ ମାନସିକ ତଥା ଶାରୀରିକ ଭାବେ କିପରି ଭାବେ ଠିକ ରହିବା, ସେ ଉପରେ ଅବଗତ କରାଇଥିଲେ । ଏନଏସି କାର୍ୟ୍ୟନିବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ କହିଲେ ଯେ, ସ୍ଵାଥ୍ୟ ହିଁ ସମ୍ପଦ । କିପରି ସମସ୍ତେ ସ୍ୱାସ୍ଥ୍ୟବାନ ରହିବା ଓ ସହର କିପରି ସ୍ୱଚ୍ଛ ରଖି ସ୍ୱଚ୍ଛତା ଆପ ସମସ୍ତେ ଡାଉନଲୋଡ୍ କରି ଏସଏସ-୨୦୨୦ ଓ ଶୁଖା ମଇଳା ଓ ଓଦା ମଇଳା ଆଗାମୀ ଦିନରେ କିପରି ଅଲଗା କରାଯିବ, ତାହା ଅବଗତ କରିଥିଲେ । ମାରୱାଡି ଯୁବା ମଞ୍ଚ ଓ ସାମ୍ବାଦିକ ସଂଘର ସଭାପତି ମନୋଜ କୁମାର ଜୈନ ସଫେଇ କର୍ମଚାରୀମାନଙ୍କୁ ପ୍ରଶଂସା କରିବା ସହ ସଫେଇ କାମକୁ ଆଉ କିପରି ତ୍ୱରାନ୍ୱିତ କରାଯିବ, ସେ ନେଇ ଧ୍ୟାନ ଦେବା ପାଇଁ ମତ ପ୍ରକାଶ କରିଥିଲେ । ଏହି ସଫେଇ ଓ ସଚେତନତା କାର୍ଯ୍ୟକ୍ରମରେ ଏନଏସିର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.