ଶ୍ରମିକମାନଙ୍କ ଶ୍ରମଦାନରେ ସଫା ହେଲା ଗାଁର ପୋଖରୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ମାଟିଆଭଟା ଗାଁରେ ଥିବା ଏକ ମାତ୍ର ପୋଖରୀ ଦୀର୍ଘଦିନ ଧରି ପଦ୍ମଫୁଲ, ଅଳିଆ ଆର୍ବଜନାରେ ପରିପୂର୍ଣ୍ଣ ହୋଇ ପୋଖରୀ ପାଣି ଦୂଷିତ ହୋଇଯାଇଥିଲା । ପୋଖରୀ ପାଣୀକୁ ବ୍ୟବହାର କରିବା ଓ ଗାଧୋଇବା ଫଳରେ ଅନେକ ଲୋକେ ଚର୍ମରୋଗରେ ଆକ୍ରାନ୍ତ ହେବା ସାଙ୍ଗକୁ ଅନେକ ରୋଗରେ ଆକ୍ରାନ୍ତ ହୋଇଥିଲେ । ପୋଖରୀରେ ଜଳଦ ଓ ପଦ୍ମଫୁଲ ଅଳିଆ ଆର୍ବଜନାରେ ପରିପୂର୍ଣ୍ଣ ହେଇଥିବାରୁ ଗାଁ ଲୋକେ ଗାଧୋଇବାରେ ମଧ୍ୟ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆଜି ମହାତ୍ମାଗାନ୍ଧୀ ମନରେଗା ଶ୍ରମିକମାନେ ଏହାକୁ ଉପଲବ୍ଧି କରି ପୋଖରୀରେ ପଡି ରହିଥିବା ପ୍ଲାଷ୍ଟିକ, ପଦ୍ମଫୁଲ ଓ ଅଳିଆ ଆବର୍ଜ୍ଜନାକୁ ସଫା କରିଛନ୍ତି । ମାଟିଆଭଟା ଗାଁର ଲୋକେ ଏକମାତ୍ର ପୋଖରୀ ଉପରେ ନିର୍ଭରଶୀଳ କରିଛନ୍ତିି । ପୋଖରୀକୁ ସଫା କରିବାକୁ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଶେଷରେ କେହି ନଶୁଣିବାରୁ ଶ୍ରମିକମାନେ ନିଜେ କୋରାଡି, ଦାଆ ଧରି ସଫେଇ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାଟିଆଭଟା ମନରେଗା ଶ୍ରମିକ ଗୃପ ସଦସ୍ୟ ଶିବ ବରିହା, ଶଙ୍କର ବରିହା, ଗୋପାଳ ବରିହା, ଦେହେରୁ ଷାଣ୍ଢ, ମଦନ ସାହୁ, ମହିପାଳ ସାହୁ, ସହଦେବ ବରିହା, ମୋନଜ ବିଦ୍ଧାଣୀ, ଜଗତ ସରିଆ, ଗଣ୍ତାରାମ ବରିହା, ଜଗା ବିଦ୍ଧାଣୀ, ସମାଜସେବୀ ଚିତ୍ତରଞ୍ଜନ ଜ୍ୟୋତିଷ, ଗାଁର ସଭାପତି ଓ ଅନ୍ୟାନ୍ୟ ସଦସ୍ୟମାନେ ପ୍ରମୁଖ ସାମିଲ ହୋଇ ଉପସ୍ଥିତ ଥିଲେ । ଶ୍ରମିକ ମାନଙ୍କ ଏପରି ମହତ୍ କାମକୁ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.

7 + eight =

error: Content is protected !!