pakka

ଠିକାଦାରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନରେ ବଲାଙ୍ଗିର ଠିକାଦାରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଲକ୍ଷ୍ମୀ ବଗର୍ତ୍ତୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ବଲାଙ୍ଗିର ଏବିଇଓ ଉତ୍ତମ୍ କୁମାର ନାଏକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ସ୍କୁଲ ପରିଚାଳନା କମିଟିର ଉପସଭାପତି ନାରାୟଣ ରଣା ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ସିଆର୍‌ସିସି ରାମଚନ୍ଦ୍ର ପୁରୋହିତ ଯୋଗଦେଇ ପିଲାମାନଙ୍କୁ ଉତ୍ତମ୍ ରୂପେ ପାଠ ପଢି ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ସଭାଟିକୁ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ରାଣୀ ତ୍ରିପାଠୀ ପରିଚାଳନା କରିଥିଲେ । ସ୍କୁଲର ପୂର୍ବତନ ଶିକ୍ଷୟତ୍ରୀ ଜାହ୍ନବୀ ହୋତା ଓ କାଞ୍ଚନମାଳା ବିଶ୍ଵାଳଙ୍କୁ ମୁଖ୍ୟ ଅତିଥି ସମ୍ମାନୀତ କରିଥିଲେ । ଆଗରୁ ଅନୁଷ୍ଠିତ ପ୍ରତିଯୋଗିତା ଭିତରେ ଗୀତ ଆବୃତ୍ତି, ଗଳ୍ପ କଥନ, ବକ୍ତୃତା, ସାଧାରଣଜ୍ଞାନ ପ୍ରତିଯୋଗିତା ଓ ଡ୍ରଇଂର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ୧ରୁ ୮ମ ଶ୍ରେଣୀ ଭିତରେ ୪ ଗୋଟି ଗୃପ କରାଯାଇଥିଲା । ପରିଚାଳନା କମିଟି ସଭାପତି ସରସ୍ଵତୀ ଛତ୍ରିଆ ବିଆର୍‌ଟି ଗୋମତୀ ସାହୁ ସ୍କୁଲର ସମସ୍ତ ଶିକ୍ଷୟତ୍ରୀ ଯୋଗଦେଇଥିବା ବେଳେ ବିଦ୍ୟାଳୟ ଅଭିଭାବକ ପିତାମାତାମାନେ ଉପସ୍ଥିତି ଥିଲେ । ସ୍କୁଲର ମଧ୍ୟାହ୍ନ ଭୋଜନ ଦାୟିତ୍ଵରେ ଥିବା ଗାୟତ୍ରୀ ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

5 × 5 =