pakka

୪ ଡକାୟତ ଗିରଫ : ବନ୍ଧୁକ ଓ ବୋମା ଜବତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ୪ ଜଣ ଡକାୟତଙ୍କୁ ରାଉରକେଲା ପ୍ଲାଣ୍ଟ ସାଇଡ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣା ସ୍ଥଳରୁ ଦୁଇଜଣ ଫେରାର ହୋଇଯାଇଥିବା ଖବର ମିଳିଛି । ଗିରଫ ୪ ଡକାୟତଙ୍କଠାରୁ ଗୋଟିଏ କାର, ୪ ଦେଶୀ ପିସ୍ତଲ ଓ ଦୁଇ ଦେଶୀ ବୋମା ପୋଲିସ ଜବତ କରିଛି । ଏଥିସହ ଦୁଇଟି ଖଣ୍ଡା, ୩୨ଟି ଗୁଳି ଜବତ କରିଛି ପ୍ଲାଣ୍ଟ ସାଇଡ ପୋଲିସ । ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତ୍ରିରେ ବନ୍ଧମୁଣ୍ଡା ଫଟା ପାଇପ ନିକଟରେ ଚାଲିଥିଲା ଡକାୟତି ଯୋଜନା । ଖବର ପାଇ ପ୍ଲାଣ୍ଟ ସାଇଡ ପୋଲିସ ଚଢାଉ କରିଥିଲା । ସେଠାରୁ ୪ ଜଣଙ୍କୁ ଗିରଫ କରିଥିବା ବେଳେ ୨ ଜଣ ଫେରାର ହୋଇଯାଇଥିଲେ । ଘଟଣା ସ୍ଥଳରୁ ଦୁଇ ଫେରାର ଡକାୟତଙ୍କୁ ଧରିବା ପାଇଁ ଖୋଜୁଛି ପ୍ଲାଣ୍ଟ ସାଇଡ ପୋଲିସ । ଗିରଫ ଡକାୟତମାନଙ୍କ ନାଁରେ ପୂର୍ବରୁ ଅନେକ ଥାନାରେ ସଙ୍ଗିନ ମାମଲା ଥିବା ବେଳେ ଏହି ଡକାୟତି ଯୋଜନାକୁ ନେଇ ଅଧିକ ତଦନ୍ତ କରୁଛି ପୋଲିସ ।

jay balangir
Leave A Reply

Your email address will not be published.

nineteen − fifteen =