pakka

‘ତାମ୍ପରା’ ହ୍ରଦ କୂଳରେ ବ୍ରେକଫାଷ୍ଟ ସହ ସ୍ୱାଦିଷ୍ଟ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ ହୋଇ ନେତ୍ତୃବର୍ଗ ମସ୍‌ଗୁଲ ହେଲେ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଦିଶକ୍ତି କ୍ଷେତ୍ର ବିଶ୍ୱ ବନ୍ଦନୀୟା ମା’ ତାରାତାରିଣୀ ପୀଠର ନବକଳେବର ହୋଇଥିବା ସୁବିସ୍ତୃତ ପ୍ରାସାଦ ଓ ଭବ୍ୟ ମନ୍ଦିରର ପ୍ରତିଷ୍ଠା ମହୋତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଭକ୍ତ ଓ ପର୍ଯ୍ୟଟକଙ୍କ ବିଭିନ୍ନ ସୁବିଧାର ସୌନ୍ଦର୍ଯ୍ୟିକରଣ ପ୍ରକଳ୍ପକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ । ଏହି ମନୋଜ୍ଞ ପରିବେଶ ଏବଂ ବୃହତ୍ତ ଯଜ୍ଞାନୁଷ୍ଠାନ ପର୍ବର ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର, ମନ୍ତ୍ରୀବର, ଗଞ୍ଜାମ ଜିଲ୍ଲାର ସାଂସଦ, ବିଧାୟକ ପ୍ରମୁଖ ଯୋଗଦେଇ ଏହି ଶକ୍ତିପୀଠର ଆଦ୍ୟାଶକ୍ତି ମା’ ତାରାତାରିଣୀଙ୍କ ଦର୍ଶନ କରି ବିଭୂକୃପା ଲାଭ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ଆସିଥିବା ପ୍ରମୁଖ ନେତ୍ତୃବର୍ଗଗଣ ଜିଲ୍ଲା ସଦର ମହକୁମା ଛତ୍ରପୁରର ମାତ୍ର ୨ କି.ମି. ଦୂରରେ ଥିବା ସୁଶୋଭିତ “ତାମ୍ପରା” ହ୍ରଦ କୂଳରେ ବ୍ରେକଫାଷ୍ଟ କରି ସ୍ୱାଦିଷ୍ଟ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ ହୋଇ ମସ୍‌ଗୁଲ ହେଲେ । ଆଧୁନିକତାର ଉପରେ ପୁନର୍ଗଠିତ ମଧୁରଜଳ ହ୍ରଦ “ତାମ୍ପରା” ଯାହାକି ଭାରତ ସରକାରଙ୍କ ସାଗରମାଳା ତଟ-ସବୁଜ ପରିଯୋଜନାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୩୩କୋଟି ଟଙ୍କାର ବୃହତ୍ତମ ପ୍ରକଳ୍ପକୁ ଉପଭୋଗ କରନ୍ତି ସମସ୍ତେ । ହେଲେ ପ୍ରତିଟି ଗସ୍ତ କାର୍ଯ୍ୟକ୍ରମରେ ତାମ୍ପରା ଗେଷ୍ଟ ହାଉସ, ସୁବିସ୍ତୃତ ଲୋକ-ଭିୟୁ ପାର୍କ, ତାମ୍ପରା ବୋଟ କ୍ଲବ ସମେତ ଏଠାରେ ବ୍ରେକ୍‌ ଫାଷ୍ଟ, ମଧ୍ୟାହ୍ନ ବିରତି କରିବାର ମଜା ଭାଗ୍ୟରେ ଥିଲେ ଆସିବ । ହେଲେ ଦେବୀ ତାରାତାରିଣୀଙ୍କ ଦର୍ଶନ ଓ ସେଠିକା ଯଜ୍ଞ ନାରାୟଣଙ୍କ ମହାପ୍ରସାଦ ସାରିଥିଲେ ବୋଲି ବୁଧବାର ପଡିଥିଲେ ମଧ୍ୟ ମାନ୍ୟଗଣ୍ୟ ନେତ୍ତୃବର୍ଗଙ୍କୁ ସ୍ୱାଦିଷ୍ଟ, ସ୍ନାକ୍ସ ଆଇଟମ୍‌ ନିରାମିଷ ସହ ମଧ୍ୟାହ୍ନ ଭୋଜନ ଖାଇ ଆତ୍ମସନ୍ତୋଷ ଲାଭ କରିଛନ୍ତି । ଆସିକା ସାଂସଦ ପ୍ରମିଳା ବିଶୋଇ ସହ ମିଶି ଏକତ୍ର ଭୋଜନ କରିବା ବଡ଼ ବଡ଼ ନେତ୍ତୃବର୍ଗ ଭଲ ଖୁସି ମନାଇଛନ୍ତି । ସୁଦ୍ଧ-ଗଞ୍ଜାମ ଭାଷାରେ କଥାବାର୍ତ୍ତା କରୁଥିବା ପ୍ରମିଳା ମାଉସୀଙ୍କ କଥା ସମସ୍ତଙ୍କୁ ମଧୁର କରିଛି । ମାଉସୀ ତମେ ଭଲ ଭାବେ ଖାଇ ଷ୍ଟ୍ରଙ୍ଗ ହେବାକୁ ପଡ଼ିବ ବୋଲି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ, ସମସ୍ତେ ମଜାରେ ହସି ଉଠିଥିଲେ । “ତାମ୍ପରା” ମଧୁରଜଳ ହ୍ରଦର ସବୁଜିମା ପରିବେଶ ପ୍ରକୃତିର ଅନବୈଦ୍ୟ । ଏହି ମନୋଜ୍ଞ ପରିବେଶରେ ନେତ୍ତୃବର୍ଗଗଣ ଏଠାରେ ଖାଇପିଇ ବେଶ ମଜା ଉଠାଇଛନ୍ତି ।

jay balangir
Leave A Reply

Your email address will not be published.

7 + 3 =