ଆନନ୍ଦ ଆଚାର୍ଯ୍ୟ ଫୁଟବଲ ପ୍ରିମିୟର ଲିଗ୍ : ଆଜିର ପ୍ରଥମ ମ୍ୟାଚ୍ ଅମିମାଂସିତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଆନନ୍ଦ ଆଚାର୍ଯ୍ୟ ଫୁଟବଲ ପ୍ରିମିୟର ଲିଗ୍‌ର ଆଜିର ପ୍ରଥମ ମ୍ୟାଚ୍ ବରଗଡ ୱାରିୟରସ ଓ ରେଳୱେ ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଭୟ ଦଳ କେହି କାହାରିକୁ ଗୋଲ ଦେଇ ପାରିନଥିଲେ । ଫଳରେ ମ୍ୟାଚ୍‌ଟି ଫଳାଫଳ ଶୂନ୍ୟ ଭାବରେ ସମାପ୍ତ ହୋଇଥିଲ । ସଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଜିନ୍ଦଲ ଡେଭେଲପର୍‌ର ମୁଖ୍ୟ ଅନିଲ ଜିନ୍ଦଲ, ଜିଲ୍ଲା କ୍ରୀଡା ସଂସଦ କୋଷାଧ୍ୟକ୍ଷ ଡ. ଶୁଭ୍ରାଂଶୁ ଶେଖର ମହାପାତ୍ର, ପ୍ରାକ୍ତନ ଫୁଟବଲ ଖେଳାଳୀ ଜ୍ଞାନ ରଞ୍ଜନ ପୂଜାରୀ, କ୍ରୀଡ଼ା ସଂସଦ ଆଉଟ୍ ଡୋର ଗେମ୍ସ ସମ୍ପାଦକ ସୁରେଶ ଦାଶ, ସଙ୍କଳ୍ପ ପରିବାରର ସମ୍ପାଦକ ବିକାଶ ଅଗ୍ରୱାଲ ଅତିଥି ଭାବରେ ଯୋଗଦେଇ ଥିଲେ । ଅତିଥିମାନେ ବରଗଡ ରେଳୱେ ଏଫ୍‌ସିର ଖେଳାଳୀ ଚନ୍ଦ୍ର ମୁର୍ମୁଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳୀ ଭାବରେ ପୁରସ୍କୃତ କରିଥିଲେ । ସେହିପରି କରୋନା ସମୟରେ ସେବା ପାଇଁ ଏବଂ ସର୍ବୋପରି ସାମାଜିକ କାର୍ଯ୍ୟରେ ନୀରବଛିନ୍ନ ସେବା ପାଇଁ ସଂକଳ୍ପ ପରିବାରକୁ ଆୟୋଜକମାନଙ୍କ ତରଫରୁ ମାନପତ୍ର, ଉତ୍ତରୀୟ ଓ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମ୍ୟାଚ୍ ପରିଚାଳନା କରିଥିଲେ ଜ୍ୟୋତି ରଞ୍ଜନ ସ୍ୱାଇଁ, ଲାଇନ୍‌ରେ ସହଯୋଗ କରିଥିଲେ ପଞ୍ଚାନନ ପାତ୍ର ଓ ପ୍ରଶାନ୍ତ ବେହେରା । ଚତୁର୍ଥ ରେଫରୀ ଥିଲେ ନିରଞ୍ଜନ ମହାକୁର । ଆଜିର ଦ୍ଵିତୀୟ ମ୍ୟାଚ୍‌ଟି ବୋଡ଼ାସମ୍ୱର ଏଫ୍‌ସିଓଏସ୍‌ ଏସ୍‌ୱାଏସ୍‌ ଗୋବିନ୍ଦପାଲି ମଧ୍ୟରେ ଅନୁଷ୍ଠିତ ହେଉଛି । ଦ୍ଵିତୀୟ ମ୍ୟାଚ୍ ବରପାଲି ବାଇସନ ଓ ବରଗଡ ରେଳୱେ ଏଫ୍ ସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ରେ ବରଗଡ ଦଳ ମ୍ୟାଚ୍‌କୁ ୨-୧ ଗୋଲରେ ଜିତି ନେଇଥିଲା । ବରଗଡ ଦଳ ପକ୍ଷରୁ ୩ ନମ୍ବର ଖେଳାଳି ସ୍ୱରୂପ ପାତ୍ର ଓ ୧୧ ନମ୍ବର ଖେଳାଳି ଭକ୍ତ ଚନ୍ଦନ ଗୋଟିଏ ଲେଖାଏଁ ଗୋଲ ଦେଇଥିବା ବେଳେ ବରପାଲି ଦଳର ୧୯ ନମ୍ବର ଖେଳାଳୀ ଅଂଶ ଛତ୍ରିଆ ଏକମାତ୍ର ଗୋଲଟି ଦେଇଥିଲେ । ଏହି ଖେଳକୁ ସୁବ୍ରତ ପୁରୋହିତ ପରିଚାଳନା କରିଥିଲେ । ତାଙ୍କୁ ପଞ୍ଚାନନ ପାତ୍ର ଓ ଅରୁଣ ନାୟକ ଲାଇନ୍‌ରେ ସହଯୋଗ କରିଥିଲେ । ଚତୁର୍ଥ ରେଫାରି ଥିଲେ ଅଶ୍ଵିନୀ ମେହେର । ଏହି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳୀ ଭାବରେ ବରଗଡ ରେଳୱେ ଏଫ୍‌ସିର ଖେଳାଳୀ ପ୍ରଭାତ ଡନସନାଙ୍କୁ ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.

1 × five =