ରାଉରକେଲା, (ସସ୍ମିତା ପ୍ରଧାନ) : ରଶ୍ମିରେଖା ଧରଙ୍କର ୨୫ତମ ଜନ୍ମଦିବସ ଥିଲା ବାସ୍ତବିକ ଅତ୍ୟନ୍ତ ନିଆରା । ସାରା ଜଗତର ଲୋକେ ୨୫ ଡିସେମ୍ବରକୁ ବଡ଼ଦିନ ରୂପେ ପାଳନ କରିଥାନ୍ତି । ରଶ୍ମିଙ୍କର ଜନ୍ମ ଏହି ଦିନରେ ବୋଲି ସେ ନିଜକୁ ଖୁବ୍ ଭଗ୍ୟାଶାଳୀ ବୋଲି ମନେ କରନ୍ତି, କି ସାରା ଜଗତର ଜନସାଧାରଣ ଏହି ଦିନଟିକୁ ଅତି ଆନନ୍ଦ ଓ ଉଲ୍ଲାସରେ ପାଳନ କରିଥାନ୍ତି । ରଶ୍ମି ପିଲାଟି ଦିନରୁ ପଶୁ, ପକ୍ଷୀ ପ୍ରିୟ, ଘରେ ଯାହାବି ଖାଦ୍ୟ ସମ୍ଭବ ହୋଇପାରିଥାଏ ସେ ଘର ପାଖ ଗାଈ ଗୋରୁ, କୁକୁର, ବିରାଡ଼ି, ପକ୍ଷୀ ମାନଙ୍କୁ ଯୋଗାଇଦେଇଥାନ୍ତି । ହେଲେ, ବର୍ତ୍ତମାନ ସେ ନିଜସ୍ୱ ରୋଜଗାରରେ ପ୍ରତ୍ୟେକ ଦିନ ୩୦ରୁ ଅଧିକ ପଶୁ ପକ୍ଷୀମାନଙ୍କୁ ଖାଦ୍ୟ ଯୋଗାଇ ଦେଇଥାନ୍ତି । ୨୫ଡିସେମ୍ବର ତାଙ୍କର ୨୫ତମ ଜନ୍ମ ଉତ୍ସବରେ ସେ ଅତି ନିଆରା ଢଙ୍ଗରେ ସାରା ରାଉରକେଲା ସହରରେ ନିଜ ବଡ଼ ଭଉଣୀ କାଞ୍ଚନ ଧର ଓ ନିଜର କିଛି ବନ୍ଧୁ ଯଥା କରନ୍ ସିଂ, ସଞ୍ଜୟ ଗୋଛାୟତ୍ ଏବଂ ନଲିନ୍ ମୋଦୀଙ୍କ ସହିତ ମିଶି ଆମ ରାଉରକେଲା ସହରର ସମସ୍ତ ଗଳି, ରାସ୍ତାରେ ବୁଲୁଥିବା ପଶୁପକ୍ଷୀମାନଙ୍କୁ (ଗାଈ, କୁକୁର, ବିଲେଇ, ପକ୍ଷୀ) ଖାଦ୍ୟ ଯୋଗାଇ ଦେଇଛନ୍ତି ଏବଂ ୨୬ ଡିସେମ୍ବର ୨୦୨୧(ଗତ କାଲି) ମଧ୍ୟ ବସ୍ତ୍ର ତଥା ଶୀତ ବସ୍ତ୍ର ବଣ୍ଟନର ଯୋଜନା କରି ସଫଳ ହୋଇଛନ୍ତି । ଏହି ନିରୀହ ପଶୁପକ୍ଷୀମାନଙ୍କୁ ଖାଦ୍ୟ ଓ ବସ୍ତ୍ର ଯୋଗାଇବାରେ ଆମ ସହର ରାଉଲକେଲାର ଅନେକ୍ ଗୁଣି ଜ୍ଞାନୀ ଜନସାଧାରଣ ସ୍ଵଇଛାରେ ରଶ୍ମିଙ୍କୁ ସହଯୋଗ କରିଥିବା ଯୋଗୁ ରଶ୍ମି ଏବଂ ତାଙ୍କ ବନ୍ଧୁମାନେ ହୃଦୟର ସହିତ ଧନ୍ୟବାଦ ଅର୍ପଣ କରିଛନ୍ତି । ଆମ ଯୁବପିଢ଼ି ପାଇଁ ରଶ୍ମିରେଖା ଓ ତାଙ୍କ ବନ୍ଧୁ, କରନ୍, ନଲିନ୍ ଏବଂ ସଞ୍ଜୟ ଏକ ଜ୍ୱଳନ୍ତ ନିଦର୍ଶନ । ଯଦି ଆଜିର ଯୁବପିଢ଼ି ଟିକେ ଏହି ରାସ୍ତାକଡ଼ର ନିରୀହ ପଶୁପକ୍ଷୀମାନଙ୍କ ବିଷୟରେ ଚିନ୍ତା କରିବେ ତେବେ ଆଜି ଏହି ନିରୀହ ଜୀବମାନେ ଆଉ ଅବହେଳିତ ହୋଇ ରହିବେ ନାହିଁ ଏହା ରଶ୍ମି ଓ ତାଙ୍କ ବନ୍ଧୁ ମାନଙ୍କ ତରଫରୁ ସମସ୍ତଙ୍କୁ ଅନୁରୋଧ ।