jsm

ପଦ୍ମପୁର ଉପଖଣ୍ଡ ସ୍ତରୀୟ ନିଯୁକ୍ତି ମେଳାରେ ଅଞ୍ଚଳ ମହାବିଦ୍ୟାଳୟ ଯୁବ ରେଡ୍ କ୍ରସ୍‌ର ସ୍ୱେଛାସେବୀମାନଙ୍କ ଯୋଗଦାନ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସ୍ଥାନୀୟ ଆର୍.ବି. ସ୍କୁଲ୍ ପଡିଆରେ ବରଗଡ ଜିଲ୍ଲା ନିୟୋଜନ ସଂସ୍ଥା ଆନୁକୁଲ୍ୟରେ ଏକ ନିଯୁକ୍ତି ମେଳା ପୂର୍ବାହ୍ନ ୧୦ଟାରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳଙ୍କ ଆଦେଶ କ୍ରମେ ଏହି କାର୍ୟ୍ୟକ୍ରମରେ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରର ଯୁବ ରେଡକ୍ରସ୍‌ର ଅଧିକାରୀ ପ୍ରାଧ୍ୟାପକ ବିଦ୍ୟାଧର ଦାଶ ଓ ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ତତ୍ତ୍ୱବଧାନରେ ସ୍ୱେଛାସେବୀ ମାନେ ଯୋଗଦାନ କରିଥିଲେ । ଚନ୍ଦନ ସାହୁଙ୍କ ନେତୃତ୍ବରେ ଅଜିତ ରଣା, ହିତେଶ୍ୱରି ବରିହା, ଶୁଭମ୍ ଦାନୀ, ସିଦ୍ଧାର୍ଥ ଶଙ୍କର ଦାଶ, ସୁଜାତା ଭୋଇ, ରାଜ ରିତିକ ସାହୁ, ଅବିନାଶ ସାହୁ, ସୀମା ନାୟକ, ନେତ୍ରାନନ୍ଦ ମେହେର ପ୍ରମୁଖ ଛାତ୍ରଛାତ୍ରୀ ଯୋଗଦାନ କରି ଶାନ୍ତି ଶୃଙ୍ଖଳା ରକ୍ଷା, ମାସ୍କ ପରିଧାନ ପାଇଁ ପ୍ରେରଣା, ପ୍ରାଥମିକ ଚିକିତ୍ସା ଆଦି କେତେକ ଗୁରୁତ୍ଵପୂର୍ଣ୍ଣ ଦିଗ ଉପରେ ସଚେତନତା ସୃଷ୍ଟି କରିଥିଲେ ।

yuvodaya
Leave A Reply

Your email address will not be published.